କବିତା

ମା’ର ନାମ

Navajyoti Rai's odia poem Maa'ra Naama

ମା’ ଗଲା ପରେ
ତୁମର ଜୀବନ ନ ଥିବା
ଆଖି, ମୁଁ ଦେଖିଛି ବାପା
ଦେଖିଛି ପୁଣି
ଅନ୍ତରଙ୍ଗ ଛଳନାରେ
ଢାଙ୍କିବା ତୁମ ଅସହାୟତା ।

ମା'ର ନାମ

ମା’ ଗଲା ପରେ
ତୁମର ଜୀବନ ନ ଥିବା
ଆଖି, ମୁଁ ଦେଖିଛି ବାପା
ଦେଖିଛି ପୁଣି
ଅନ୍ତରଙ୍ଗ ଛଳନାରେ
ଢାଙ୍କିବା ତୁମ ଅସହାୟତା ।

ମୋର ମା’ ଗଲା
ହେଲେ ତୁମର ଯେପରି
ଜୀବନ ଚାଲିଗଲା
ଜେଜେମା ଠୁ
ଭାତଡାଲି ରନ୍ଧା
ମୁଁ ଶିଖିଲିଣି
ଜାଣିଲିଣି ଝୋଟିପକା
ପିଠାଗଢ଼ା, ଧାନ ଉସୁଆଁ
ଆଦି ଘରକରଣା
ଏବେ ପରଘରୀ ହେବାକୁ
ମୁଁ ପୂରା ତିଆର ।

ହେଲେ ତୁମର
ଏ ଅସହାୟତାକୁ
କାନିରେ ବାନ୍ଧି
ମୁଁ କେମିତି ଗଢ଼ିପାରିବି
ମୋ ନିଜର ସଂସାର ।

ମୋ ଛୋଟକୁହା ମାନ ବାପା
ନେଇ ଆସ ଗୋଟେ
ନୂଆ ମା’
ମୁଁ ଯିବି ଶାଶୂଘର
ତୁମ ସଜଡ଼ା ଘର ଦେଖି ।

ଖାଲି ଗୋଟେ ଅନୁରୋଧ
ମା’ର ନାଁ
ଲକ୍ଷ୍ମୀ, ସରସ୍ୱତୀ, ରେବତୀ, କାଳି
କି କରାଳି ହେଲେ ହେଉପଛେ
କେବେ ହେଁ
ଘରକୁ ଆଣିବନି
ଇନ୍ଦ୍ରାଣୀକୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top