ଘଞ୍ଚ ଅରଣ୍ୟାନୀ ପୁଷ୍ପେ ବିମଣ୍ଡିତ ହୋଇ ହରୁଥିଲେ ଚିତ୍ତା ଶୋଭା ସନ୍ଦର୍ଶନେ କାହାର ହୃଦୟ ନ ହୋଇବ ପ୍ରଫୁଲ୍ଲିତ ?
କହିଲା ବରୁଣ- ଏତିକି ନ ଜାଣ, ଗଛ ଥିଲେ ସିନା ମଞ୍ଜି ହେବ, ଆଗେ ଗଛ ଥିଲା, ତହୁଁ ମଞ୍ଜି ହେଲା, ବିନା ଗଛେ କାହୁଁ ମଞ୍ଜି ହେବ ?
ସକାଳ ପହରୁ ଆସିଅଛି ଘରୁ, ବନିସି ପକାଇ ରହିଅଛି ଚାହିଁ ଟୋକାଟାଏ, ଛାଇ ଲେଉଟିଲା, ଥୋପ ସରିଗଲା, ନ ପଡ଼ିଲା ଛୋଟ ମାଛଟାଏ ।
କରି ମଧୁପାନ ହରଷିତ ମନେ ପ୍ରଜାପତି ଯାଏ ଉଡ଼ି । ଫୁଲରାଣୀମାନେ କରନ୍ତି ଅପେକ୍ଷା ଲୋତକ ଜଳରେ ବୁଡ଼ି ।।
ଏ ପାଞ୍ଚ ତତ୍ତ୍ୱକୁ ପରା ପଞ୍ଚଭୂତ କହନ୍ତି, ଏମାନଙ୍କୁ ନେଇ ସିଏ ସଂସାରକୁ ଗଢ଼ନ୍ତି ।
ପୃଥିବୀଟା ସାରା ବୁଲି ବୁଲିକା ଫେରିବ ଏଇ ଭାରତେ ଜନମ ଭୂଇଁଠୁ କିଏ ବା ଆଉ ଏତେ ପ୍ରିୟ ହେବ ସତେ ।
ବରଷକେ ଥରେ ଆସିଛି ରଜ ଚୂଟିଆ ମୂଷାର ଭାରି ମଉଜ ।
ତଡ଼ାଗ ଲୋଡ଼ଇ କୁମୁଦ କମଳ, ସରଣୀ ଲୋଡ଼ଇ ଦୀର୍ଘତା ଦିବସ ଲୋଡ଼ଇ ତପନ କରଣ, ରଜନୀ ଲୋଡ଼ଇ ଶୁଭ୍ରତା ।।
ସକାଳୁ ପେଟେ ପଡ଼ିନି କିଛି ମିଳିଛି ଭାଗ୍ୟେ ପାଚିଲା କୋଳି, ଚୋବାଇ ଯାଏ ମଞ୍ଜିକୁ ଥୁକି କି ଅବା ମାଡ଼ କି ଅବା ଗାଳି ।।୪।।
ତା ସାଙ୍ଗେ କେଶବ, ମିତା ଓ ଟୁକୁ ଯୁବତୀ ଯୁବକ ସେତେ ବେଳକୁ ସମସ୍ତେ ପିନ୍ଧନ୍ତି ମୋଟା ଚଷମା ନ ହେଲେ ଦେଖା ନ ଯାଉଛି ଜମା ।।୨।।
ଆପଣଙ୍କ ମତାମତ