ବିମାନରେ ବିରାଜିତ ମୁରଲୀପାଣି ପାଶରେ ଶୋଭନ୍ତି ପରା ରାଧିକାରାଣୀ ସତେ ବା ରତ ରଣେ ଦେବ ମାନବ ଗଣେ ରଙ୍ଗ ପିଚକାରୀ ତୋପ ହାତରେ ଧରି ।
ବୁକୁ ତା' ବିଦାରି ଚାଷୀ ଚାଷ କରି ଉପୁଜାଏ ଆମ ଆହାର, ଧରି ସେ ରଖିଛି ଦେଖୁଁ ଯାହା କିଛି, ଧରଣୀ ଜନନୀ ଆମର
ପାହି ଆସୁଥିଲା, ଅନ୍ଧାର ରଜନୀ ବହୁ ଥିଲା ଥଣ୍ଡା ବାଆ । ଏହି ସମୟରେ, ଶୁଭିଲା ସ୍ୱରଟେ ପଇସାଟେ ଦିଅ ମାଆ ।।
ମିଠା ଅଟେ ଗୁଡ଼, ମିଠା ଅଟେ ଚିନି ମିଠା ମହୁ, କନ୍ଦ, ମିଠାଇ ମିଠାକୁ ସଭିଏଁ ଆଦର କରନ୍ତି ପିତା ପରା ବାନ୍ତି ଲାଗଇ । ଆସ ! ସୁନାପିଲା...
ଗାତ ପାଖରେ ଦେଖି ମୂଷାରେ ବିଜୁଳି ବେଗେ ଧାଏଁ, ଆଜି କି ହେଲା, କାହିଁ ନ ଗଲା, ମୁହଁ ଶୁଖାଇ ଶୁଏ ।
ମନ ହୁଏ ତା'ର ଯିବାକୁ ପଢ଼ି ବେଗରେ ଧରି ସିଲଟ ଖଡ଼ି । ପାରେନା ଜାଣି ମାଆ କିଆଁ ତାକୁ ବଣକୁ ପଠାଏ ବହି ଖାତା କିଛି ନ ଦେଇ...
ଧନ, ମାନ, ଯଶ, ଅଧିକାରମାନ ସବୁକିଛି ପାଶେ ଥାଏ, ନଥିବା ପ୍ରକାରେ ପୋଛିନିଏ କାଳ ନିଜ ପାଇଁ ଜୀଏଁ ଯିଏ ।
ଅମାନିଆ ହେଲେ ଟାଣି ନେଇ କୋଳେ ମଥା ମୋର ଚୁମେ ଯିଏ ରେ, ତାହାଠାରୁ ବଳି ଆପଣାର ମୋର ଦୁନିଆଁରେ ଅଛି କିଏ'ରେ ?
କାଳିଆ, ବଳିଆ ଦୁଇ ପୁଅ ନାଆଁ ଦେଲେ ବାପା ଶରଧାରେ, ତଥାପି ସମାନ ଭାବ ନ ରଖନ୍ତି ବାପା ଦୁଇ ପୁଅଠାରେ ।
ରଜନୀ ସୁନ୍ଦର ହୋଇଲେ ଉଦୟ ଅମ୍ୱରେ ପୂର୍ଣ୍ଣମୀ ଜହ୍ନ । ଅନ୍ଧକାର ରାତ୍ରେ ଖଦ୍ୟୋତ ରୋଷଣୀ ହରିନିଏ ଜନମନ ।।
ଆପଣଙ୍କ ମତାମତ