କବିତା

କାହାର କଅଣ ଲୋଡ଼ା

Odia Writer Shreebatsa Prasad Nath

ତଡ଼ାଗ ଲୋଡ଼ଇ କୁମୁଦ କମଳ, ସରଣୀ ଲୋଡ଼ଇ ଦୀର୍ଘତା
ଦିବସ ଲୋଡ଼ଇ ତପନ କରଣ, ରଜନୀ ଲୋଡ଼ଇ ଶୁଭ୍ରତା ।।

କାହାର କଅଣ ଲୋଡ଼ା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜଳଧି ଲୋଡ଼ଇ ବିପୁଳ ବିସ୍ତାର, ଗଗନ ଲୋଡ଼ଇ ନୀଳିମା
ଜଳଦ ଲୋଡ଼ଇ ଶୀତଳ ଅନିଳ, ଚନ୍ଦ୍ରମା ଲୋଡ଼ଇ ପୂର୍ଣ୍ଣିମା ।।

କାନନ ଲୋଡ଼ଇ ବନ୍ୟ ସଂପଦ, ପର୍ବତ ଲୋଡ଼ଇ ଉଚ୍ଚତା
ତଟିନୀ ଲୋଡ଼ଇ ନୀର ସମ୍ଭାର, ଧରଣୀ ଲୋଡ଼ଇ ପୂର୍ଣ୍ଣତା ।।

ତଡ଼ାଗ ଲୋଡ଼ଇ କୁମୁଦ କମଳ, ସରଣୀ ଲୋଡ଼ଇ ଦୀର୍ଘତା
ଦିବସ ଲୋଡ଼ଇ ତପନ କରଣ, ରଜନୀ ଲୋଡ଼ଇ ଶୁଭ୍ରତା ।।

ଧର୍ମ ଲୋଡ଼ଇ ଚିର ସଂସ୍କାର, ସଂସ୍କୃତି ଲୋଡ଼ଇ ଶୁଦ୍ଧତା
ସାଧନା ଲୋଡ଼ଇ ଅଧ୍ୟବସାୟ, ମୈତ୍ରୀ ଲୋଡ଼ଇ ସାମ୍ୟତା ।।

ଜନତା ଲୋଡ଼ଇ ସୁଖ ସମ୍ଭୋଗ, ପ୍ରତିଭା ଲୋଡ଼ଇ ବାରଣ,
ଆତ୍ମ ଲୋଡ଼ଇ ପରମାତ୍ମାଙ୍କୁ, ଜୀବନ ଲୋଡ଼ଇ ମରଣ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top