ପଥର ପ୍ରାଣରେ ବି ଖଂଜି ଦେଇଚି ମାଂସ ହାଡ଼ ରକ୍ତର ପ୍ରବାହ, ରଂଗ ଅପରୂପା ଅପ୍ସରିର ନବ ଯୌବନ ଅଂଗ ଉପାସନାରେ ମୁଗ୍ଧ ସହସ୍ର ଶୃଙ୍ଗାର ।
ଜ୍ଞାତି ଭାଇ ବଂଧୁ କୁଟୁମ୍ବ ଗାଁ କ୍ଲବ, ଆଖଡ଼ାଶାଳ ଅୟସ, ଅହଂକାର କିଏ କେଉଁଠି ହଜେଇ ଦେଲେଣି ପରିଚୟ ।
ଅଳସ ଭାଙ୍ଗୁଚି ଟୋପେ ନାଲି ଚା’ ।
ଚକ୍ମକ୍ କାନ୍ଥ ବାଡ଼ ଝଲସି ଯାଉଛି ଆଖି ଦେଖା ନ ଯିବାକୁ ତା' ଦେହରେ ଲୁଚିଥିବା ଛଳନା କି ଅହଂକାର ।
ଝର୍କା ଖୋଲିଲେ ତମ ବେଣୀର ସ୍ପର୍ଶ
ଟୁପ୍ଟାପ୍ ଶବ୍ଦ କଢ଼ି ଫୁଲ ଆଉ ପକ୍ଷୀଙ୍କ କାକଳି
ତମେ ତ ଆପଣାର କେତେ ଦିନ ଆଉ ଶତ୍ରୁପଣ ଲଢ଼ାଲଢ଼ି ଲୁହଲହୁ ବଳ କଷାକଷି ଜିଦ୍ଛାଡ଼, ଆସ ଖୋଜିବା ଜୀବନ !
ଅବାରିତ ବର୍ଷା ଅସ୍ତବ୍ୟସ୍ତ ଚାରିଦିଗ ଅଟକି ଯାଇଚି ବଞ୍ଚିବାର ସ୍ରୋତ ବାସିଯାଇଚି ଭାତ-ଲୁଣ, ଜୀବନର ଭାଷା ଅବାରିତ ବର୍ଷା ଜଳମଗ୍ନ ଗୋଟା ଇଲାକା !
ଉଙ୍କିମାରି ମୋ ପୁଅ ଦେଖୁଥିଲା ଉତ୍କଣ୍ଠାରେ ଚକ୍ଷୁ ବିସ୍ମୟ-ବିସ୍ଫାରିତ ବହୁ ଜିଜ୍ଞାସାବାଦ ନେଇ ଏ କ'ଣ ? ରାତାରାତି ଗାଁ ରାସ୍ତା ନାଲିନାଲି ।
ମଲାମାଟି ଶୁଖିଲା ଓଠରେ ସହସ୍ର ଉଲ୍ଲାସ କଥା କହେ ନିର୍ଜୀବ, ନିଥର ବର୍ଷା ପଡ଼େ, ଫୁଲ ଫୁଟେ ଝରିପଡ଼େ ସାତବର୍ଣ୍ଣି ରଙ୍ଗ !
ଆପଣଙ୍କ ମତାମତ