କବିତା

ସ୍ରଷ୍ଟା

Nrushingha Tarai's odia poem Srashtaa

ମଲାମାଟି ଶୁଖିଲା ଓଠରେ
ସହସ୍ର ଉଲ୍ଲାସ
କଥା କହେ ନିର୍ଜୀବ, ନିଥର
ବର୍ଷା ପଡ଼େ, ଫୁଲ ଫୁଟେ
ଝରିପଡ଼େ ସାତବର୍ଣ୍ଣି ରଙ୍ଗ !

ସ୍ରଷ୍ଟା

ଚକ୍ଷୁ ଖୋଲିଲେ
ତନ୍ମୟତାର ବିଶ୍ୱ
ବିଭୋର ସେ ରୂପକାର
ବିଭୋର ଧରିତ୍ରୀ
ବିମୁଗ୍ଧ ସପନ
ଲମ୍ୱାରାସ୍ତା ଜୀବନର ପଥ
ଶେଷହୀନ. . .
ତା’ର ଯାତ୍ରା ଶେଷହୀନ !

ରଙ୍ଗ ଆଉ ତୂଳୀ
ସଜେଇ ଦେଇଛି ସତେ
ଭରପୂର ଆକାଶ ଓ ମାଟି
ମଲାମାଟି ଶୁଖିଲା ଓଠରେ
ସହସ୍ର ଉଲ୍ଲାସ
କଥା କହେ ନିର୍ଜୀବ, ନିଥର
ବର୍ଷା ପଡ଼େ, ଫୁଲ ଫୁଟେ
ଝରିପଡ଼େ ସାତବର୍ଣ୍ଣି ରଙ୍ଗ !

ଆଙ୍କିଛି ସେ ଆଲୋକ ଓ
ଅନ୍ଧାରର ଛବି
ସତ୍ୟ, ମିଥ୍ୟା,
ପାପ, ପୁଣ୍ୟ
ଘୃଣ୍ୟ ଯେତେ
ମନର ବିକୃତି
ଜୀବନ ଓ ମରଣର
ବିଶ୍ଳେଷିତ ରୂପ !

ଚିତ୍ରିତ ତା’ ବିଶ୍ୱ
ସେ କବି
ସେ ଶିଳ୍ପୀ
ଜୀବନର ମୁଗ୍ଧ ରୂପକାର
ରଙ୍ଗରେ ତୂଳୀରେ ଲେଖେ
ମାଟି ଓ ମଣିଷ ପାଇଁ
ବଞ୍ଚିବାର
ଶେଷ ଶବ୍ଦକୋଷ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top