କବିତା

ଝଡ଼ବର୍ଷା

Nrushingha Tarai's odia poem Jhadabarshaa

ଅବାରିତ ବର୍ଷା
ଅସ୍ତବ୍ୟସ୍ତ ଚାରିଦିଗ
ଅଟକି ଯାଇଚି ବଞ୍ଚିବାର ସ୍ରୋତ
ବାସିଯାଇଚି ଭାତ-ଲୁଣ,
ଜୀବନର ଭାଷା
ଅବାରିତ ବର୍ଷା
ଜଳମଗ୍ନ ଗୋଟା ଇଲାକା !

ଝଡ଼ବର୍ଷା

ବିପର୍ଯ୍ୟସ୍ତ ଇଲାକା
ସାଉଁଟି ନେଇଚି ସବୁ
ଚାଟିଚୁଟି ମାଟିର ଛାତିରୁ
ଯେତେ ସରାଗ-ଯେତେ ସରଳତା
ଝଡ଼ର ଶକ୍ତ ପଞ୍ଝା !

ଭାଙ୍ଗିଯାଇଚି ସବୁ
ଗଛ, ଘର ଓ କୁଡ଼ିଆ
ଭାଙ୍ଗି ଯାଇଚି ମନ
ଉଭେଇ ଯାଇଚି-ସବୁ ଆଲୁଅର ଛିଟା
ବ୍ୟଥିତ ସକଳର ପ୍ରାଣ !

ଅବାରିତ ବର୍ଷା
ଅସ୍ତବ୍ୟସ୍ତ ଚାରିଦିଗ
ଅଟକି ଯାଇଚି ବଞ୍ଚିବାର ସ୍ରୋତ
ବାସିଯାଇଚି ଭାତ-ଲୁଣ,
ଜୀବନର ଭାଷା
ଅବାରିତ ବର୍ଷା
ଜଳମଗ୍ନ ଗୋଟା ଇଲାକା !

ବର୍ଷାର ପ୍ଲାବନ
ଧୋଇ ନେଇଚି ପୋଛିପାଛି
ଜୀଇଁ ଉଠିବାର ସବୁ ସମ୍ଭାବନା
ସକଳ ସରାଗ
ସକଳ ସପନ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top