ମା ତୁମେ କି ଜଡ ପାଲଟିଛ, ନିଜ ହାତେ ନିଜ କନ୍ୟା କୁ ମାରୁଛ ?
ଶୁଣିଛ କି ମା ଶୁଣିଛ କି ଥରେ କାନ ଡେରି କନ୍ୟା ଭ୍ରୁଣ ର ଗୁହାରି ଶୁଣିଛ କି ମା ଶୁଣିଛ କି ?
ମାଳିଟିଏ ବୁଝେ ଫୁଲଟିର ମୂଲ ମା ବୁଝି ନପରାଇ କନ୍ୟା କଳିଟିର ବିନାଶ ପାଇଁ କି ସମ୍ମତି ଦିଏ କି ପାଇଁ ।।
ମା'ର ଆଦର ତା ପାଇଁ ଚାତର ଚାତକ ପରାୟେ ମୁଁଇ ତୋର ଆଦର ପାଇବା ପାଇଁ ।।
ଶିପ ଟିଏ ଜାଣ ଦିଏ ତା ପରାଣ ମୋତିର ଜନମ ପାଇଁ ମୋତି ଟିଏ ମୁଁଇ ମୋର ମୃତ୍ୟୁ ପାଇଁ ମା' ତୁ ପାଞ୍ଚୁ କି ପାଇଁ ?
ଜନ୍ମ ନେଇ ନାହି ମୃତ୍ୟୁ ଦଣ୍ଡ ପାଇ ବୃନ୍ଦାବତୀ ମୂଳେ ସଞ୍ଜ ସଳିତା ଅନ୍ତରେ ଜଳଇ ଅଜନ୍ମାର ଚିତା ।।
ଡରୁଥିଲ ପରା ଜନମ ହୋଇଲେ ମୋ ବୋଝ ନ ପାରିବ ସହି ବଡ ଘର ଦେଖି ବାହା ଦେଲେ ପୁଣି ଜଳୁଥିବ ମୋ ଯୂଈ ।।
ଆପଣଙ୍କ ମତାମତ