ମାଳିକି କରଇ ପାତର ଅନ୍ତର
ଯେତେ ଫୁଲ ବଗିଚାରେ ଥାଏ
ମା ତୋର କାହିଁ ମନରେ ଅନ୍ତର
ତୋ କନ୍ୟା ସନ୍ତାନ ପାଇଁ ।।
ମାଳିଟିଏ ବୁଝେ ଫୁଲଟିର ମୂଲ
ମା ବୁଝି ନପରାଇ
କନ୍ୟା କଳିଟିର ବିନାଶ ପାଇଁ କି
ସମ୍ମତି ଦିଏ କି ପାଇଁ ।।
ବଗିଚା ସୁନ୍ଦର ଫୁଲଟିଏ ପାଇଁ
ନାରୀ ପାଇଁ ସଂସାର
ନାରୀ ବିନା, ଏ ସଂସାର କିପରି
ମା ତୁ ମନେ ବିଚାର ।।
ମା ମାଳିଟିଏ,
ସନ୍ତାନ ତା ଫୁଲ
ମା ପାଶେ ପରା
ସନ୍ତାନ ଅମୁଲ ।।
ସଂସାର ବଗିଚା, ଇଶ୍ଵର ହିଁ ମାଳୀ
ତୋ ବଗିଚାରେ ମୁଁ କନ୍ୟା କଳୀ
ତୋ ହାତେ ଜୀବନ, ଆଖିରେ ସପନ
ମାରି ମୋତେ ତୁ ହେବୁ ହିନ ।।