ଅନ୍ତରରେ ରହି ଡାକିଲି ତୁମକୁ
ତୁମେ ତ ଶୁଣିଲ ନାହିଁ
ମା ହୋଇ ତୁମେ ପଥର ହୋଇଲେ
ଦୁଖ ଯିବୀ କାହା ଆଗେ କହି ?
କେତେ କେତେ ମୁଈ ସପନ ଦେଖିଛି
ତୁମ କୋଳେ ଜନମିବା ପାଇଁ
ଅସୁମାରି ଆଶା ମନେ ମୁଁ ସଞ୍ଚିଛି
ଏ ଦୁନିଆ ଦେଖିବା ପାଇଁ ।।
ହାତ ତୁମ ଧରି ଚାଲି ମୁଁ ଶିଖିବୀ
ଡାକୁଥିବି ମା’ ମା’
ସବୁ ସପନ ତୋ ସତ ମୁଁ କରିବି
ବୃଦ୍ଧକାଳେ ହେବି ସାହା ।।
କନ୍ୟା କଳୀ ଟି ମୁଁ ଫୁଲ ହେବି ଦିନେ
ତୁମେ ତ ବୁଝିଲ ନହିଁ
ହତ୍ୟା ପାଇଁ ମୋର କେତେ ଯେ ଯୋଜନା
କରିଲ ସଯତ୍ନ ହୋଇ ।।
ନାରୀ ହୋଇ ତୁମେ କନ୍ୟା ନାଶ ପାଇଁ
ଅନ୍ୟାୟସେ ହଁ ଭରି
ଜନମ ପୂର୍ବରୁ ମା ତୁମେ ମୋତେ
ଅନ୍ତରରେ ଦେଲ ମାରି ।।
ଡରୁଥିଲ ପରା ଜନମ ହୋଇଲେ
ମୋ ବୋଝ ନ ପାରିବ ସହି
ବଡ ଘର ଦେଖି ବାହା ଦେଲେ ପୁଣି
ଜଳୁଥିବ ମୋ ଯୂଈ ।।
ମା ବୋଲି ଥରେ ଡାକି ପାରିଲିନି
ଦୁନିଆ ପାରିନି ଦେଖି
ମୋ ମରଣର ଦୋଷୀ ତୁମେ ମା
ଇଶ୍ଵର ରହିଛି ସାକ୍ଷୀ ।।
ଧର୍ମ ରାଜ ପୁରେ ଧର୍ମ ଦଣ୍ଡ ଧରି
ହୋଇବ ଦିନେ ବିଚାର
ସେ କାଠ ଗଡା ରେ ଠିଆ ତୁମେ ଥିବ
ମନରେ ଥରେ ବିଚାର ?
ଜନମିଲ ବୋଲି ମା ହେଲ ତୁମେ
ମାତୃତ୍ଵ ତୁମର ନାହିଁ
କନ୍ୟା ସନ୍ତାନ ମୁଁ ଜନ୍ମ ପାଇଁ କଣ
ମୋର ଅଧିକାର ନାହିଁ ?

Ranjan Nayak
June 20, 2016 at 12:51 pm
I don’t have words to mention here,But i believe it ll touch hardly to the heartless mothers if they ll read it.
ARAVINDA DAS
May 27, 2016 at 11:03 am
Touching & thought provoking poem.best wishes. hope you will creat many more like this.