କବିତା

ଭବିଛ କି ମା ଭବିଛ କି ?

Bibhu Prasad Parida's odia poem Bhabicha ki maa Bhabicha ki ?

ଶୁଣିଛ କି ମା ଶୁଣିଛ କି
ଥରେ କାନ ଡେରି
କନ୍ୟା ଭ୍ରୁଣ ର ଗୁହାରି
ଶୁଣିଛ କି ମା ଶୁଣିଛ କି ?

ଭବିଛ କି ମା ଭବିଛ କି ?

ଭବିଛ କି ମା ଭବିଛ କି
ମୁଁ ତୋ ସନ୍ତାନ
କହେ କି ମୋ ମନ
ଭବିଛ କି ମା ଭବିଛ କି ?

ଶୁଣିଛ କି ମା ଶୁଣିଛ କି
ଥରେ କାନ ଡେରି
କନ୍ୟା ଭ୍ରୁଣ ର ଗୁହାରି
ଶୁଣିଛ କି ମା ଶୁଣିଛ କି ?

ଦେଖିଛକି ମା ଦେଖିଛ କି
ମନେ ଥରେ ଭାବି
ମୋ କୋମଳ ଛବି
ଦେଖିଛକି ମା ଦେଖିଛ କି ?

କହିଛ କି ମା କହିଛ କି
ଦୁନିଆ କୁ ଥରେ
ମୋ ବିଷୟରେ
କହିଛ କି ମା କହିଛ କି ?

ଜାଣିଛ କି ଜାଣିଛ କି
କେତେ ଯେ କଷଣ
ଜନ୍ମ ପୂର୍ବରୁ ମରଣ
ଜାଣିଛ କି ଜାଣିଛ କି ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top