ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମୋତିଟିଏ ବଢ଼େ ଶାମୁକା ଭିତରେ
କେତେ ଆନନ୍ଦରେ
ମା ତୋ ପେଟରେ
ଅଛି ଆଜି ମୁଁ କେତେ ଆତଙ୍କରେ ।।
ଶିପ ଟିଏ ଜାଣ
ଦିଏ ତା ପରାଣ
ମୋତିର ଜନମ ପାଇଁ
ମୋତି ଟିଏ ମୁଁଇ ମୋର ମୃତ୍ୟୁ ପାଇଁ
ମା’ ତୁ ପାଞ୍ଚୁ କି ପାଇଁ ?
ଶାମୁକାର ରୁଣ ମୋତି ଯେ ବୁଝେନା
ମା ରୁଣ ଝିଅ ଜାଣେ
ସେହି ଦୁହିତା, ସାଜି ସଳିତା
ଦୁଇ କୁଳକୁ ଗୌରବ ଆଣେ ।।
ମା ତୋର ଦୁଃଖ, ଜାଣିଛି ଅନେକ
ତୋର ଦୁଃଖ ବଢାଇବି ନାହିଁ
କରୁଛି ଶପଥ ଜନମ ନେବି ମୁଁ
ତୋ ଲୁହ ପୋଛିବା ପାଇଁ ।।
କନ୍ୟା ମୋତି ମୂଲ ଦୁନିଆ ବୁଝେନା
ମା କି ପାରୁନୁ ବୁଝି
ତୁ ନ ଚାହିଁଲେ ଏ ଦୁନିଆରୁ
କନ୍ୟା ରତ୍ନ ଯିବେ ହଜି ।।

Pingback: Odia Poem Moti Tie on female foeticide by Bibhu Prasad Parida | Oriya Magazine ameodia.com