ଅଜାତ ଶିଶୁଟି
ଅଫୁଟା କଳୀଟି
ଅନ୍ତରରେ ରହି
ବିଦ୍ରୋହ କରଇ ।।
ଜନ୍ମ ନେଇ ନାହି
ମୃତ୍ୟୁ ଦଣ୍ଡ ପାଇ
ବୃନ୍ଦାବତୀ ମୂଳେ
ସଞ୍ଜ ସଳିତା
ଅନ୍ତରେ ଜଳଇ
ଅଜନ୍ମାର ଚିତା ।।
ମା ସାଜେ ବଇରୀ
କା ଆଗେ ଗୁହାରୀ
କରିବ ସେ ଯାଇ,
ଅନ୍ତରରେ ରହି
ବିଦ୍ରୋହ କରଇ ।।
ସେ କନ୍ୟା ଭ୍ରୁଣ ଟି
ଦିନେ ମା ହେବଟି
ହେଜ ତୁମେ ଥରେ
ଅଳୀ ଆଜି କରେ ।।
ଦିନେ ଭ୍ରୁଣ ଥିଲ
ଆଜି ମା ହେଲ
ଶୁଣ କାନ ଡେରି
ସେ ଭ୍ରୁଣ ଗୁହାରୀ ।।
ସମାଜ ଗଢିବ
ମଣିଷ ଗଢିବ
ଜନ୍ମଦିଅ ତାରେ
ସେ ତୋ ରୂପରେ ।।