କବିତା

ଚେତନା

Bibhu Prasad Parida's odia poem Chetanaa

ମା ତୁମେ କି ଜଡ ପାଲଟିଛ,
ନିଜ ହାତେ ନିଜ କନ୍ୟା କୁ ମାରୁଛ ?

ଚେତନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜଡ ନୁହେଁ ମା ଅଟେ ମୁଁ ଚେତନା
ଜଡ ଭାବି ମୋର ନାଶ ତୁ କରନା ।।

ଜଡ ତ ବିନସ୍ୟ ବିନାଶ ହୋଇବ
ଚେତନା କୁ କେ ମାରିଯେ ପାରିବ ।।

ଚେତନା ବିକଶି ବିକଶି ସେ ଯିବ
ଦୁଇ କୁଳ ନୁହେଁ ଜଗତ ତରିବ ।।

ମା ତୁମେ କି ଜଡ ପାଲଟିଛ,
ନିଜ ହାତେ ନିଜ କନ୍ୟା କୁ ମାରୁଛ ?

ନିଷ୍ପାପର ନାଶ ପାଇଁ ତୁ ଜାଗ୍ରତ
ମନ ତୋର ମା ହୁଏନି ଆହତ ?

ଜଡ ଏ ଦୁନିଆ, ଚେତନା ଅମୁଲ
ମା କି ବୁଝନା ଚେତନାର ମୂଲ ?

ଈଶ୍ଵର ପୂର୍ବରୁ ମା’ର ବନ୍ଦନା
ଅନ୍ତର ରେ ରହି କରେ ଆରାଧନା ।।

ଚେତ ମା ଥରେ ଚେତନାର ବାରେ
ଚିନ୍ତ ଥରେ ମୋ ଜୀବନର ବାରେ ??

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top