ସମୟ କହୁଛି କାଲି ବାଜି ବାଜିପାରେ ମୋ' ମରଣ ସାହାନଇ ସେଥିପାଇଁ ପ୍ରିୟା କହୁଛି ତୁମକୁ ଆସିବ ଆସିବ ବେଳ ଥାଇଁ ।।
ସାଗର କୁଳରେ ତୋର ହାତ ଧରି ଚାଲିବା ଚାଲୁ ଚାଲୁ କେତେ କଥା ତୋତେ କହିବା କହୁ କହୁ ସବୁ କଥା ଆପେ ଭୁଲିଯିବା ଭୁଲା ବୋଲି କହି କହି...
କାଳର ପ୍ରହାର ଭାଙ୍ଗିପାରି ନାହିଁ, ତୁମରି ସ୍ମୃତି ସ୍ତମ୍ବ । ଛାଇପରି ତୁମେ ଲାଖିରହିଅଛ, ମତେଛାଡି କେବେ ଯିବ?
ଖୋଜିବା ମନା ତୁମକୁ ପାଇବା ମନା ଗୀତ ତୁମେ ହେଲେ ତୁମକୁ ଗାଇବା ମନା କାହିଁକି କହିବି ମୁଁ ଭଲ ପାଉଛି ତୁମକୁ ?
ବାଲିଧୂଳି ଖେଳ ସାଙ୍ଗସାଥୀ ମେଳ ପୋଖରୀ ଗାଧୁଆ ଡିଆଁ, ଖଜୁରୀର କୋଳି ଆଉ ଆମ୍ବ ଚୋରି କିଆ ବୁଦାର ସେ ନିଆଁ ।
ଦିଗ ହଜା ନୀଳ ଆକାଶ ବୁକୁରେ ଭସା ବାଦଲଟିଏ ହୋଇ, ଭାସି ବୁଲୁଥିଲି ସାହାରା ଆଶାରେ ସାଦରେ ନେଲ କୋଳେଇ।
ନିର୍ଲେପ ମୁହିଁ ଜ୍ଞାନ ମୟ । ଅଜନ୍ମା ଅସଙ୍ଗ ଅକ୍ରିୟ ।। ମୁଁ ପରମାତ୍ମା ପରାତ୍ପର । ମନ ଓ ବୁଦ୍ଧିର ବାହାର ।।
ରୋଗ ବୈରାଗେ କୋଟ୍ କଚେରୀରେ ହେଉଥିଲେ ମାରଧର, ନିଜର କେ ନାହିଁ କିଛି ନାହିଁ ଚିନ୍ତା ସଂଗେ ଅଛି ପରିବାର ।।
ଆମ ଚାଷି ଭାଇ ପଡ଼ିଲାଣି ନଇଁ ମରୁଡ଼ି ପାହାର ଖାଇ ଏ' କି ରାଜନିତି ଚାଷି ମରେ ନିତି କାହାର ଜବାବ ଦେହି ?
ଜନ୍ମ ନେଇ ନାହି ମୃତ୍ୟୁ ଦଣ୍ଡ ପାଇ ବୃନ୍ଦାବତୀ ମୂଳେ ସଞ୍ଜ ସଳିତା ଅନ୍ତରେ ଜଳଇ ଅଜନ୍ମାର ଚିତା ।।
ଆପଣଙ୍କ ମତାମତ