କବିତା

ମରୁଡ଼ି ପାଉଣା

Bidyadhara Panda's odia poem Marudi Paaunaa

ଆମ ଚାଷି ଭାଇ ପଡ଼ିଲାଣି ନଇଁ
ମରୁଡ଼ି ପାହାର ଖାଇ
ଏ’ କି ରାଜନିତି ଚାଷି ମରେ ନିତି
କାହାର ଜବାବ ଦେହି ?

ମରୁଡ଼ି ପାଉଣା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେନ୍ଦ୍ରର ଘୋଷଣାମରୁଡ଼ି ପାଉଣା
ଓଡ଼ିଆଙ୍କ ମନ ଖଟ୍ଟା
ଜୁଏଲ ଧର୍ମେନ୍ଦ୍ରଚୁପି ସାଧିଛନ୍ତି
ମରାଠି ଜିଣିଲେ ସଟ୍ଟା ।।

ଆମ ଚାଷି ଭାଇପଡ଼ିଲାଣି ନଇଁ
ମରୁଡ଼ି ପାହାର ଖାଇ
ଏ’ କି ରାଜନିତିଚାଷି ମରେ ନିତି
କାହାର ଜବାବ ଦେହି ?

ବିଜେଡ଼ି ବିଜେପିଦୁହେଁ ମାଡ଼ଗୋଳ
ଚାଷିଙ୍କୁ ରନ୍ଦୁଛ କିଆଁ?
ମରୁଡ଼ି ବିପଦେରାଜନିତି ଛାଡ଼
ବୁଲାନି ଲୋକଙ୍କୁ ଭୁଆଁ ।।

କେନ୍ଦ୍ର ସରକାରକର ସୁବିଚାର
ଚାଷିକୁଳ ଯିବ ବୁଡ଼ି
ଘୋଷଣା କରନ୍ତୁପ୍ରାପ୍ୟ ଓଡ଼ିଶାର
ପାତର ଅନ୍ତର ଭୁଲି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top