ପରିବାର କଥାଭାରତ ପରିକା
କିଏ ବା ଜାଣେ ବିଶ୍ୱରେ?
ସ୍ୱାର୍ଥ ବଳି ଦେଇମିଳିମିଶି ରହି
କାଳ କଟାନ୍ତି ଖୁସିରେ ।।
ରୋଗ ବୈରାଗେକୋଟ୍ କଚେରୀରେ
ହେଉଥିଲେ ମାରଧର,
ନିଜର କେ ନାହିଁକିଛି ନାହିଁ ଚିନ୍ତା
ସଂଗେ ଅଛି ପରିବାର ।।
ପରିବାର ରଙ୍ଗେସମସ୍ତେ ରଙ୍ଗନ୍ତି
ଭୁଲି ନିଜ ଆୟ ବ୍ୟୟ,
ସଭିଏଁ ଗୋଟିଏହାଣ୍ଡିରେ ଖାଆନ୍ତି
ମୁଖିଆକୁ ଥାଏ ଭୟ ।।
ମଇଁସିର ସିଂଗଫଟା ଦେଖାଯାଏ,
ଯୁଝିଲା ବେଳକୁ ଗୋଟା,
ପରିବାର ଲୋକଭିତରେ ଝଗଡ଼ା
ବାହାରେ ଦିଶେ ଏକତା ।।
କକା ଥିଲେ ବେଶିନିଜ ପୁଅ ଡ଼ାକେ
ନିଜର ମାଆକୁ ଭାବି,
ସମସ୍ତେ ଖେଳନ୍ତିସମସ୍ତେ ବଢ଼ନ୍ତି
ମୁରବି ହାତରେ ଚାବି ।।
ତ୍ୟାଗ କରେ କିଏକିଏ ମସ୍ତି ମାରେ
ଏମିତି ଚଳେ ସଂସାର,
ନିବିଡ଼ ବନ୍ଧନନିରାମୟ ପ୍ରଥା
ଆମ ଦେଶ ପରିବାର ।।