ବର୍ଷା ବରଷେ ଝର୍ ଝର୍ ଝରଣାର ତାନରେ ଯେମିତି ସତେ କି ପ୍ରେମିକାର ଆଶ୍ଳେଷ ବାହୁ ବନ୍ଧନରେ ।।
ଦିନଥିଲା ଯେବେ ହସୁଥିଲି ମୁହିଁ ସବୁଜ ପତର ରଙ୍ଗେ ପବନରେ ହସି ଦୋଳି ଖେଳିଖେଳି କି ସୁନ୍ଦର ଚାରୁ ଢଙ୍ଗେ ।
ଫୁଲ ହସୁଥିଲେ ଜଗତ ଯେ ହସେ ବୁଝି କେ ପାରିବ ପ୍ରଭୂଙ୍କ କଥା ଏତେ ସୁନ୍ଦର କି କରି ଗଢିଲେ ଯେ ଗାଉ ଥାଏ ସଦା ତାଙ୍କରି ଗାଥା ।।
ଶୁଭ ସକାଳର ଶୁଭ ବାରତା ସୁନ୍ଦରେ ଗଢିଛି ଭାଗ୍ୟ ବିଧାତା, ସିଏ ପରା ଆମ ହର୍ତ୍ତା କରତା ତା' ବିନା ଅସାର ଜୀବନ ପିତା ।।
ସକାଳ ପାହିଲା ସୂରୁଯ ହସିଲା ଚହଟେ ସୁନ୍ଦର ଆଭା, ତଳେ ସବୁଜିମା ହସେ ଓ ହସାଏ ବଢାଇ ଧରାର ଶୋଭା ।।
ପ୍ରଭୂଙ୍କ ମହିମା ପ୍ରକୃତି ଆଶୀଷ ଆଲୁଅ ହୋଇକି ବହେ, ମଣିଷ ଆମେ ତା ସାଇତି ରଖିବା ଏ କଥା ଆମକୁ କହେ ।।
ସୂରୁଯ ଉଆଁରେ ନାଲି ମୁରୁଜରେ ପୂରୁବ ଦିଗ ହସେ, ନୂଆଁ ଜୀବନର ଧାରା ବହି ଚାଲେ ପ୍ରଭୂଙ୍କ ଆଶୀଷ ଆଶେ ।।
ବାଲିର ଟାପୁ ଚହଲା ପାଣି ଚାଷ ଖେତ ହିଡ; କିଛିରେ ତା' ଫରକ ପଡେନା ।।
ମନ ହୁଏ ପ୍ରଭୂଙ୍କୁ ମାଗନ୍ତି କି ପଥର ଟି'ଏ କରିଦିଅ, ଜୀବନ ଜୀବନ ଧରି ଚାହିଁ ବସିଥିବି ପଥକୁ; ଅହଲ୍ୟା ପରି ।।
ଆପଣଙ୍କ ମତାମତ