ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଶୁଭ ସକାଳର ଶୁଭ ବାରତା
ସୁନ୍ଦର ଗଢଣି ପ୍ରଭୂ କରତା ।
ତାଙ୍କରି ଆଶୀଷ ସଭିଙ୍କ ପାଇଁ
ମାଗିବା ଲୋଡିବା ତା’ପାଦେ ନଇଁ।।
ଶୁଭ ସକାଳର ଶୁଭ ବାରତା
ସୁନ୍ଦରେ ଗଢିଛି ଭାଗ୍ୟ ବିଧାତା,
ସିଏ ପରା ଆମ ହର୍ତ୍ତା କରତା
ତା’ ବିନା ଅସାର ଜୀବନ ପିତା ।।
ସୂରୁଯ ଉଇଁଲା ପୂରୁବ ଦିଗରେ
ଆକାଶେ ପୁରିଲା ସୁନେଲି ହସ ।
ପ୍ରକୃତି ହସିଲା ଖିଲି ଖିଲି ହୋଇ
ପବନେ ପୁରିଲା ଯେ, ଫୁଲର ବାସ ।।

Binay Mohapatra
April 17, 2017 at 7:45 pm
Khub sundar rachana