ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଫୁଲଟି’ଏ ହେବାକୁ
ପ୍ରଭୂଙ୍କୁ ମାଗନ୍ତି,ଯେ
ଡର ଲାଗେ
ଦିନେ ଦୁଇଦିନ ପରେ
ଝଡି ଯିବି; ମାଟିରେ ମିଶିଯିବି !!!!
ମନ ହୁଏ
ପ୍ରଭୂଙ୍କୁ ମାଗନ୍ତି କି
ପଥର ଟି’ଏ କରିଦିଅ,
ଜୀବନ ଜୀବନ ଧରି
ଚାହିଁ ବସିଥିବି
ପଥକୁ; ଅହଲ୍ୟା ପରି ।।
କେଉଁ ଦିନ ହୁଏତ
ତାଙ୍କ ପବିତ୍ର ସ୍ପର୍ଶରେ
ମହନୀୟ ହୋଇଯିବି,
ସିନ୍ଦୁର ଚନ୍ଦନ ଫୁଲ ମାଖି
ପୂଜା ପାଇବି
କେଉଁ ଏକ ମନ୍ଦିରରେ !!!!!!!

Satyaranjan fas
December 3, 2016 at 10:01 pm
Atulya
Pingback: Odia Poem Phula O Pathara by Asutosh Meher | Oriya Magazine ameodia.com