କବିତା

ଫୁଲ ପାଇଁ ଗୀତ

Ashutosh Meher's odia poem Phula Paain Geeta

ଫୁଲ ହସୁଥିଲେ ଜଗତ ଯେ ହସେ
ବୁଝି କେ ପାରିବ ପ୍ରଭୂଙ୍କ କଥା
ଏତେ ସୁନ୍ଦର କି କରି ଗଢିଲେ ଯେ
ଗାଉ ଥାଏ ସଦା ତାଙ୍କରି ଗାଥା ।।

ଫୁଲ ପାଇଁ ଗୀତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଫୁଲ ହସିଲେ ଜଗତ ହସେ
ହସଇ ସଂସାର ସାରା
ପ୍ରଭୂଙ୍କ ସୃଷ୍ଟିରେ ଫଲରୁ ସୁନ୍ଦର
କହ ଆଉ ଅଛି ପରା !!

ଏତେ ଉଜ୍ଜଳ ରଙ୍ଗ ଭରିଲା
କିଏ ସେ ଏହି ଫୁଲେ
କେତେ ସୁନ୍ଦର ପବନେ ନାଚେ
ଗଛର ଟିକି ଡାଳେ ।।
ନାଲି ରଙ୍ଗର ପୁରିଲା ହସ
ପ୍ରଭୂଙ୍କ ଆଶୀଷ ଧାରା
ଆତଯାତ ଯେ ତାଙ୍କ ଆଦେଶେ
ସାରା ଜଗତ ପରା !!

ଫୁଲ ହସୁଥିଲେ ଜଗତ ଯେ ହସେ
ବୁଝି କେ ପାରିବ ପ୍ରଭୂଙ୍କ କଥା
ଏତେ ସୁନ୍ଦର କି କରି ଗଢିଲେ ଯେ
ଗାଉ ଥାଏ ସଦା ତାଙ୍କରି ଗାଥା ।।

ଫୁଲ ହସେ ଯେବେ ସଂସାର ହସେ
ପ୍ରଭୂଙ୍କର ସିଏ ଅପୂର୍ବ ସୃଷ୍ଟି
ସୁନ୍ଦର ସୁନ୍ଦରେ ମଧୁମୟଙ୍କର
ଝରି ପଡେ ସତେ ଆଶୀଷ ବୃଷ୍ଟି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top