କବିତା

ଶୁଖିଲା ପତର କହେ

Ashutosh Meher's odia poem Shukhilaa Patara Kahe

ଦିନଥିଲା ଯେବେ ହସୁଥିଲି ମୁହିଁ
ସବୁଜ ପତର ରଙ୍ଗେ
ପବନରେ ହସି ଦୋଳି ଖେଳିଖେଳି
କି ସୁନ୍ଦର ଚାରୁ ଢଙ୍ଗେ ।

ଶୁଖିଲା ପତର କହେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସମୟ ସରିଲା ପଡିଲି ମୁଁ ଝଡି
ଶୁଖିଲା ପତର ଟି’ଏ
ଏମତି କେତେ ଆସି ଫେରିଲେଣି
ସମୟର ଧାର ସୁଏ ।

ଦିନଥିଲା ଯେବେ ହସୁଥିଲି ମୁହିଁ
ସବୁଜ ପତର ରଙ୍ଗେ
ପବନରେ ହସି ଦୋଳି ଖେଳିଖେଳି
କି ସୁନ୍ଦର ଚାରୁ ଢଙ୍ଗେ ।

ଯଉବନ ଥିଲା ଥିଲା ମାଦକତା
ଚହଟ ଚିକ୍କଣ ଦେହ
ଭରି ରହିଥିଲା ହସର ଲହଡି
ନ ଥିଲା ଯେ ଟିକେ କୋହ ।

ସେବା କରିଥିଲି ଅଜଣା ପଥିକେ
ଦେଇ ଛାୟା ସୁଶୀତଳ,
ମୋ ପାଖ ଶାଖାରେ ଫଳୁଥିଲା କେତେ
ସୁମଧୁର ମିଠା ଫଳ ।

ଦେଇବାର ମଜା ସିଏ ସିନା ଜାଣେ
ଠିଆ ହୋଇ ଦାତା ପଣେ
ନେବା ଠାରୁ ଦେବା କେତେ ଯେ ମହାନ
ଦେବା ଲୋକ ସିନା ଜାଣେ ।

ଜୀଇଁବା ମରିବା ସଭିଁଙ୍କର ଲାଗି
ଶୁଖିଲା ପତର କହେ
ଛୋଟ ହୋଇ ପାରେ ଜୀବନ ସରିତା
ଅସାର ନୁହେଁ ତା କେଭେ ।।

2 Comments

2 Comments

  1. ମାଧବାନନ୍ଦ ମହାପାତ୍ର

    June 16, 2017 at 2:52 pm

    A good message to the present generation”ନେବା ଠାରୁ ଦେବା କେତେଯେ ମହାନ ଦେବା ଲୋକ ସିନା ଜାଣେ।”ଅତି ସୁନ୍ଦର ଭାବନା

  2. ବାସନ୍ତି ଦାସ

    June 16, 2017 at 10:40 am

    ଆଶୁତୋଷ ମେହେରଙ୍କ କବିତା ଭଲ ଲାଗିଲା । ସମ୍ପାଦକୀୟ
    ଭଲ ହୋଇଚି ।ଆଉ ସବୁ ବିଭାଗ ସୁନ୍ଦର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top