କବିତା

ପ୍ରଭାତ ଗୀତି

Ashutosh Meher's odia poem Prabhaata Geeti

ସୂରୁଯ ଉଆଁରେ
ନାଲି ମୁରୁଜରେ
ପୂରୁବ ଦିଗ ହସେ,
ନୂଆଁ ଜୀବନର
ଧାରା ବହି ଚାଲେ
ପ୍ରଭୂଙ୍କ ଆଶୀଷ ଆଶେ ।।

ପ୍ରଭାତ ଗୀତି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

। ପ୍ରଥମ ।

ଆମ ଗାଁ ନଈ ମୋଡେ
ସକାଳ ସୂରୁଯ ଉଏଁ,
ଝଲସାଇ ସାରା ଧରା;
ପାଣିସୁଅ ପରି
ସମୟ ଆଗକୁ ଧାଏଁ ।।

ସୂରୁଯ ଉଆଁରେ
ନାଲି ମୁରୁଜରେ
ପୂରୁବ ଦିଗ ହସେ,
ନୂଆଁ ଜୀବନର
ଧାରା ବହି ଚାଲେ
ପ୍ରଭୂଙ୍କ ଆଶୀଷ ଆଶେ ।।

। ଦ୍ୱିତୀୟ ।

ସକାଳ ସୂରୁଯ ଉଠେ
ଆମ ଗାଁ ନଈ ଡେଇଁ
ବୁଣି ସୁନେଲି ଅରୁଣ ଆଭା ;
କି ସୁନ୍ଦର ସତେ
ପ୍ରଭୂଙ୍କ ଆଶୀଷ
ସକାଳ ବେଳାର ଶୋଭା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top