।ଏକ।
ପୂରୁବ ଦିଗରେ
ସିନ୍ଦୁର ଫାଟିଲା
ସୂରୁଯ ଉଠିବେ,
ସକାଳ ପାହିବ ଏବେ;
ତଳେ ସବୁଜିମା
କିରିକିରି ହସେ
ପ୍ରକୃତି ମାଁ’ର
ପ୍ରଭୂଙ୍କ ଆଶିଷ ଭାବେ ।।
। ଦୁଇ।
ସକାଳ ପାହିଲା
ସୂରୁଯ ହସିଲା
ଚହଟେ ସୁନ୍ଦର ଆଭା,
ତଳେ ସବୁଜିମା
ହସେ ଓ ହସାଏ
ବଢାଇ ଧରାର ଶୋଭା ।।
। ତିନି।
ସକାଳ ସୂରୁଯ ଉଠିଲା
ନାଲି ମୁରୁଜ ବୁଣିଲା
ହସିଲା ସକଳ ଧରା,
ଉଠ ହେ ବନ୍ଧୁ
କର୍ତ୍ତବ୍ୟ ଡାକେ
ଆଗେ ବଢିବାକୁ ହେବ ପରା ।।