ସ୍ୱପ୍ନ ତ' ଅନେକ ତୁମ ଦେହ ସାରା ଚୁମ୍ବନର ଚିତ୍ର ଆଙ୍କି ଆଙ୍କି ଆବୃତ କରି ଦିଅନ୍ତି ସବୁ ଦିନ ପାଇଁ ।
ଏ ସହର ପ୍ରଜାପତିଙ୍କୁ କେହିତ ଚିହ୍ନେଇ ଦିଏନା ଫୁଲର ବଗିଚା, ଯେମିତି ସଂକ୍ରାନ୍ତି ପୁରୁଷଙ୍କୁ ଦେଖେଇ ଦିଏନା କେହି ରଙ୍ଗର ମହଲା ।।
କାହିଁକି ଭଗ୍ନ ଆଜି ଏ ସମାଜର ରୀତି, ନୀତି; ବିଲୁପ୍ତ ତା'ର ମହତ୍ୱ ସଂଗ୍ରାମୀତ ପୃଥିବୀରେ କିଏ ବୁଝୁଛି ଏ ଭିତ୍ତିର ତତ୍ତ୍ୱ ?
କହିହୁଏନି, ଏକଲାପଣରେ ଘାରିହୁଏ ବହୁଥାଏ ଖରସ୍ରୋତା ପ୍ରାୟେ ଜଳୁଛି ଅଖଣ୍ଡ ଦୀପଟେ ହୋଇ ସାରି ଆସିବା ଜୀବନ ଦୟାରେ ।
ଛଳନାର ପଶାକାଠି ଶକୁନିର ଡାକେ ପୁଣ୍ୟତାର ପାଟଳ ତନୁକୁ ଚୁମେ ପାପ ମୃତ୍ୟୁର ବେଶରେ ।
ମା' ଗଲା ପରେ ତୁମର ଜୀବନ ନ ଥିବା ଆଖି, ମୁଁ ଦେଖିଛି ବାପା ଦେଖିଛି ପୁଣି ଅନ୍ତରଙ୍ଗ ଛଳନାରେ ଢାଙ୍କିବା ତୁମ ଅସହାୟତା ।
ଭକ୍ତ ପ୍ରହଲ୍ଲାଦର ଆକୁଳ ନିବେଦନରେ ନରସିଂହ, ହିରଣକଶ୍ୟିପୁର ଛାତି ଚିର ରକ୍ତ, ମାଂସ, ହାଡ଼ ଶୋଷି ନେଲା ପରି କେଉଁ ଦୀନଦରିଦ୍ର, ନିରନ୍ନ ବୁଭୁକ୍ଷୁର ଆର୍ତ୍ତ ଚିତ୍କାର
ଜହ୍ନରାତି କଥା ଭାବି ଭାବି କିଶୋରୀଝିଅ ଗୋଡ଼ ପୂରେଇଦେବ ଚୁଲ୍ଲୀରେ ଭାବୁଚକି ? ବାରୀକବାଟ ଖୋଲି ଯିବ ଆମ୍ବତୋଟାକୁ ?
ତୋ ପୁତ୍ର ବୀର ସାମନ୍ତ ଧୈର୍ଯ୍ୟ ବଳ ଅପ୍ରମିତ ସ୍ୱାଭିମାନ ରକ୍ଷା ପାଇଁ କରିଛି ପଣ ସିଆଚୀନ ତୁଷାରରେ କାରଗିଲ ସୀମାନ୍ତରେ ଶତ୍ରୁ ସହ ଲଢ଼ି ଦର୍ପ କରନ୍ତି ଚୂର୍ଣ୍ଣ...
ଆପଣଙ୍କ ମତାମତ