ତୁମ ଗୋଲାପି ଓଠରେ
ଚୁମ୍ବନଟିଏ ମାତ୍ର ଆଙ୍କିବାର ସ୍ୱପ୍ନ
କାହିଁ କେତେ ଦିନରୁ
ମୋ ହୃଦୟର କୋଣେ କୋଣେ
ଉଙ୍କିମାରେ ତୁହାକୁ ତୁହା ।
ମୁଁ ଜାଣେନା
ସେ ଅଧର ତୁମର ମୋ ପାଇଁ କି ନୁହେଁ
ତଥାପି କାହିଁ କେଜାଣି ମନରେ ଅନେକ ଆଶା
ତାକୁ ଥରେ ଛୁଇଁ ଆସିବାକୁ ।
ସ୍ୱପ୍ନ ତ’ ଅନେକ
ତୁମ ଦେହ ସାରା
ଚୁମ୍ବନର ଚିତ୍ର ଆଙ୍କି ଆଙ୍କି
ଆବୃତ କରି ଦିଅନ୍ତି
ସବୁ ଦିନ ପାଇଁ ।
ତୁମେ ଦେଇ ପାରିବ କି ମୋତେ
ତୁମ ଅଧରକୁ ମାତ୍ର କ୍ଷଣିକ ପାଇଁ ।
ମୋ ସ୍ପର୍ଶରେ ତୁମେ ପବିତ୍ରତା ଅନୁଭବ କରିବ
ମୁଁ ମୁକ୍ତି ପାଇଯିବି
ସେଥିରେ ସ୍ପର୍ଶଟିଏ ମାତ୍ରେ ।
