ଆସରେ ପିଲେ ସତ କହିବା
ହସି ହସାଇ ମନ ମୋହିବା
କୁମାର ଭାଇ ପରି ହୋଇବା
ଜୀବନେ କରି ପଣ,
ତାଙ୍କରି ନୀତି ଆଦର୍ଶ ମାନି
ଚଳିବା ଜଣ ଜଣ ।।
କରିବା ନାହିଁ ପୋଷାକ ମଳି
ହୋଇବା ସାଙ୍ଗ ନକରି କଳି
ଶୋଭନୀୟର ପଥରେ ଚଳି
ହୋଇବା ଦିନେ ବଡ଼
ଟଳିବା ନାହିଁ ଧରମ ପଥୁ
ଆସୁବା ଯେତେ ଝଡ଼ ।।
ବଡ଼ଙ୍କ ପାଦେ ଲୋଟାଇ ମଥା
ମାନିବା ଗୁରୁଜନଙ୍କ କଥା
ମନରେ କାର ନ ଦେବା ବ୍ୟଥା
ହୋଇବା ନିଜେ ଭଲ,
ତୋଜିବା ମନୁ ବିଦ୍ୱେଷ ଭାବ
ଅନ୍ୟାନ୍ୟ କ୍ରୋଧ ଛଳ ।।
ଅଝଟ କେବେ କରିବା ନାହିଁ
ଧୋଇବା ହାତ ବସିବା ଖାଇ
ନୀରୋଗ ହେବା ଜୀବନ ପାଇଁ
ଅଟଇ ମୂଲ୍ୟବାନ,
କରିବା ସଦା ଜୀବାଣୁ ମୁକ୍ତ
ବିଶୁଦ୍ଧ ଜଳ ପାନ ।।
ପଢ଼ିବା ପାଠ ଲଗାଇ ମନ
ନ କରି ବହି ଅପରିଚ୍ଛନ୍ନ
କରିବେ ସ୍ନେହ ସପରିଜନ
ଗୁରୁଜୀ ଗୁରୁମା
କହିବେ ଧନ ବଢ଼ିଆ ପିଲା
ରଖିବ ଦେଶ ନାଁ ।।