ସ୍ୱପ୍ନ ଦେଖୁଚି ମୁଁ ମଲାମାଟି-ମୃତ୍ୟୁର ଆକାଶ ମୋ ଦେହରେ ଯକ୍ଷ୍ମାକୀଟ ମୃତ୍ୟୁ ଆସେ ପାଟି ମେଲି ଫିଟି ପଡ଼େ ପାଞ୍ଚାଳିର କେଶ ।
ଅପଯଶ ଅକାରଣେ ଢାଙ୍କି ଦିଏ କାହିଁକି ମୋ ମନକୁ ଅଯଥାରେ ନିନ୍ଦା କାହିଁ ଘାରି ଦିଏ ଏ ଶରୀରକୁ ।
ନାରୀ ଆଖିରେ ପୁରୁଷଟି ସହଜ ଗଣିତ, ସିଏ ପୁରୁଷକୁ ବେଶ୍ ପଢ଼ିପାରେ ଭାଗଫଳ ଯା' ହେଉ ପଛେ ଭାଗଶେଷ ଶୂନ ରହିଯାଏ ।
ଥରକୁ ଥର ଗୋଟେ କାହାଣୀରୁ ଦ୍ୱିତୀୟରେ ଟିକେ କମ୍ ବା ବେଶି ସ୍ୱାଧୀନ ହୋଇ ମୁଁ ଗଢ଼ିଦିଏ ଏକ ପୃଥିବୀ ନିଜ ଭିତରେ ଏବଂ ତାକୁ ପହୁଞ୍ଚାଏ ବାହାରକୁ
ପାରାବାର ତୁମେ ଡାକ ନାହିଁ. . . ଡାକ ନାହିଁ ମରୁନଈ ମୁଁ ଯେ ପଛ ମୋ ହଜିଛି ପାରିବି କିପରି ଆଉ ବହି ।
ସୁନାରଙ୍ଗୀ ସକାଳର ମିଠାମିଠା ଖରା ପରି ଉଲ୍ଲସିତ ମୁହଁ ତୁମ ସରଳ କୋମଳ, ନିଆରା ସେନେହ ତୁମ
ଅସ୍ତଗାମୀ ସିଗାରେଟ୍ ନିଆଁ ଅଗରେ ଝୁଲୁଥାଏ ଛାତିର ପାଉଁଶ ପ୍ରାୟଶ୍ଚିତ ପ୍ରାୟ ଦଗ୍ଧିଭୂତ ଦୋଷାବହ ଦୋଷ ଦାବାନଳ ଶୋଷ ।
ଯାଅ ଅସ୍ତ୍ରଶସ୍ତ୍ରର ବେପାରୀମାନଙ୍କୁ କୁହ ସବୁ ବୋମା, କମାଣ, ବନ୍ଧୁକ ଓ ଯୁଦ୍ଧଜାହାଜର ଅସ୍ତିତ୍ୱକୁ ଘଡ଼ିକ ପାଇଁ ପୋଛି ଦିଅନ୍ତୁ ସେମାନେ ।
ଲାଜ ଲାଜ ତା'ର ଦୁଇ ଆଖି ଦେଖି, ପ୍ରେମରେ ମୁଁ ଗଲିପଡ଼ି । ଘନ ଘନ ମନ ବିଚଳିତ ହେଲା, ଯେମିତି ବତାସ ଝଡ଼ି ।।
କେଉଁଠୁ ଆରମ୍ଭ ଏକଥା କେତେବାଟ (ଆହା !) ଚାଲିଗଲା ଜୀବନର ଚିତା !
ଆପଣଙ୍କ ମତାମତ