ପାରାବାର ତୁମେ ଡାକ ନାହିଁ. . . ଡାକ ନାହିଁ
ମରୁନଈ ମୁଁ ଯେ ପଛ ମୋ ହଜିଛି
ପାରିବି କିପରି ଆଉ ବହି ।
ଫଗୁଣର ଭରା ଉପବନ ତୁମେ
ମୁଁ ସକାଳର ଝରାଫୁଲ
ତୁମେ ଶ୍ରାବଣର କୃଷ୍ଣବାଦଲ
ଶୁଷ୍କ ଧରା ମୁଁ ନିଦାଘର
ଭାଙ୍ଗିଲେ ଯୋଡ଼ି ହୁଏ ସବୁ କିଛି
ମନ କେବେ ଯୋଡ଼ି ହୁଏନାହିଁ ।
ତୁମେ ଆଗାମୀ ସୁନେଲୀ ସପନ
ଲିଭାଜୁଇ ମୁଁ ଯେ ଅତୀତର
ନିଜ ଚିତା ନିଜେ ଜଳିବାର ଦେଖି
ଅଭିନୟ କରେ ଜୀଇଁବାର
ଝଞ୍ଜା ଶେଷର ଧରଣୀକୁ ତୁମେ
ପାରିବ କି କୁହ ଗଢ଼ି ଦେଇ ।