କୁଳୁକୁଳୁ ହୋଇ ଝରୁଛି ଝରଣା,
ଝର ଝର ଝରେ ପାଣି ।
ଆଞ୍ଜୁଳା ଆଞ୍ଜୁଳା ପିଉଛି ଆଣି ମୁଁ,
ତଥାପି ଶୋଷ ମେଣ୍ଟୁନି ।।
ଫିକା ଫିକା ଏଇ ଜହ୍ନ ଆଲୁଅରେ,
ଯେବେ ମୁଁ ଦେଖିଲି ତାକୁ ।
ଚିହ୍ନା ଚିହ୍ନା ମୋତେ ଲାଗିଲା ସେ ଝିଅ,
ଭୁଲିଗଲି ଦୁନିଆଁକୁ ।।
ଲାଜ ଲାଜ ତା’ର ଦୁଇ ଆଖି ଦେଖି,
ପ୍ରେମରେ ମୁଁ ଗଲିପଡ଼ି ।
ଘନ ଘନ ମନ ବିଚଳିତ ହେଲା,
ଯେମିତି ବତାସ ଝଡ଼ି ।।
ମନେ ମନେ ତାକୁ ଭଲ ପାଉଥିଲି,
ହେଲେ ଖୋଲୁ ନ ଥିଲା ମୋ’ ଓଠ ।
ବାର ବାର ସେ ଆସୁଥିଲା ସାମ୍ନାକୁ,
ମୁଁ ଧରି ପାରୁନଥିଲି ତା’ ହାତ ।।
ଝିପି ଝିପି ହୋଇ ପଡୁଥିଲା ବରଷା,
ମୁଁ କିନ୍ତୁ ଥିଲି ଶୁଖିଲା ।
ଧାର ଧାର ଲୁହ ଝରୁଥିଲା ମୋ ଆଖିରୁ,
ସେ କିନ୍ତୁ ବୁଝିପାରୁନଥିଲା ।।
