ରାସ୍ତାଘାଟ ସବୁ କରୁ କାଦୁଅ, କାମେ ଲାଗିଯାଏ ଚାଷୀର ପୁଅ ।
ପଢ଼ିବା ପାଠ ଲଗାଇ ମନ ନ କରି ବହି ଅପରିଚ୍ଛନ୍ନ କରିବେ ସ୍ନେହ ସପରିଜନ ଗୁରୁଜୀ ଗୁରୁମା କହିବେ ଧନ ବଢ଼ିଆ ପିଲା ରଖିବ ଦେଶ ନାଁ ।।
ନିଦାଘ ପଛରେ ଓହ୍ଲାଉଛୁ ତୁହି ବରଷାରାଣୀ ତୋ ନାମ ନୂତନ ସର୍ଜନା କରିବାକୁ ଆଗୋ ମଣିଥାଉ ନିଜ କାମ ।
ଲମ୍ୱା ଲମ୍ୱା ଗୋଡ଼ ଆଠ କି ଦଶ, ଡେଣା ଦୁଇଟିରେ ଲଙ୍ଘେ ଆକାଶ ।
ପରିଶ୍ରମ ବିନା ଉତ୍ତର ଜୀବନ ଦୁର୍ବିସହ ଆଉ କଷ୍ଟ ଦେହ ଆଉ ମନ ରୋଗଗ୍ରସ୍ତ ହୋଇ ଆପେ ହୋଇଥାଏ ନଷ୍ଟ !
ପାଠ ପଢ଼ିବାକୁ ଲାଗେ ଭାରି ମଜା ଅ, ଆ, ଇ, ଈ ବେଗେ ଆସ ତୁମେ ବିଦ୍ୟାଳୟ ଯିବା ଆମେରେ ଭଉଣୀ, ଭାଇ ।
କଳ କାରଖାନା ସକଳ ଜଳ ଯୋଗୁଁ ଚଳଇ, ଏହାର ବିହୁନେ ଜୀବନ ଅସମ୍ଭବ ଅଟଇ ।
ତା' ଡାଳେ କୋରଡେ଼ ନିଅନ୍ତି ଆଶ୍ରୟ କେତେ ପକ୍ଷୀ ସରୀସୃପ, ଫୁଲ ଫଳ ମଧ୍ୟେ ଘୂରି ବୁଲୁଥାନ୍ତି ଶୁଆ ଗୁଣ୍ଡୁଚି ମଧୁପ ।
ବଣ ବୁଦା ଡାଳେ ଗୁପତେ କୋଇଲି ଡାକିଥାଏ କୁହୁତାନେ, ସୋରିଷ ଫୁଲର ଲହଡ଼ି ମଧ୍ୟରେ ଭାସେ କୃଷକ ସପନେ ।
ବରଷି ଆଶିଷ ଆରୋହିବେ ଦେବ ପାବନ ହୃଦୟ ସ୍ୟନ୍ଦନେ
ଆପଣଙ୍କ ମତାମତ