କବିତା

ଆସ ସାଥିମାନେ

Madhabananda Panda's odia poem for children Aasa Saathimaane

ବରଷି ଆଶିଷ ଆରୋହିବେ ଦେବ
ପାବନ ହୃଦୟ ସ୍ୟନ୍ଦନେ

ଆସ ସାଥିମାନେ

ଆସ ସାଥୀମାନେ ଆନନ୍ଦ ମାନସେ
ପୂଜିବା ଗଉରୀ ନନ୍ଦନେ
ସଜାଇବା ଗଳା କୁସୁମ ମାଳାରେ
ଭାଲ ଦେଶ ବାସ ଚନ୍ଦନେ

ସୁ’ମନେ ସୁମନେ ଦେବା ଅଞ୍ଜଳି
ହେବେ ହରଷିତ ଗଜ ମଉଳି
ବରଷି ଆଶିଷ ଆରୋହିବେ ଦେବ
ପାବନ ହୃଦୟ ସ୍ୟନ୍ଦନେ

ବିଦ୍ୟା ପ୍ରଦାୟକ ବିଘ୍ନ ବିନାଶକ
ଅଜ୍ଞାନ ତମସା ନାଶକ
କରୁଣା ବରୁଣାଳୟ ଶିବ ଦାତା
ଅଗ୍ରପୂଜ୍ୟ ସେ ବିନାୟକ
କର୍ତ୍ତବ୍ୟ ପାଳନେ ସଦା ତତ୍‌ପର
ପିତୃମାତୃ ସେବା ଆଦର୍ଶ ଯା’ର
ଅନୁଭବୁ ଥିବା ତାଙ୍କ ଉପସ୍ଥିତି
ପ୍ରାଣର ପ୍ରତିଟି ସ୍ପନ୍ଦନେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top