କବିତା

ବରଷାରାଣୀ

Kanishtha Kishore Sahu's odia poem for children Barasharaani

ରାସ୍ତାଘାଟ ସବୁ କରୁ କାଦୁଅ,
କାମେ ଲାଗିଯାଏ ଚାଷୀର ପୁଅ ।

ବରଷାରାଣୀ

ବରଷାରାଣୀ ଲୋ ବରଷାରାଣୀ,
ଗ୍ରୀଷ୍ମପରେ ଆସୁ ଦେଖାଇ ଠାଣି ।

ଉତ୍ତର-ପଶ୍ଚିମୁ ମେଘକୁ ଧରି,
ଚାଷୀ ପଶୁ ପକ୍ଷୀ ସଜାଗ କରି ।

ରାସ୍ତାଘାଟ ସବୁ କରୁ କାଦୁଅ,
କାମେ ଲାଗିଯାଏ ଚାଷୀର ପୁଅ ।

ଦେଇଥାଉ ଦେହେ ଥଣ୍ଡା ପବନ,
ଘାସ ବୁଦା ନୂଆଁ ଆକର୍ଷେ ମନ ।

ତୋ ଭୟରେ ପକ୍ଷୀ ରଚଇ ନୀଡ଼,
ଝଡ଼ି ପୋକେ ହୁଏ ସବୁଠି ଭୀଡ଼ ।

ପାଣି ପାଇ ଗଛେ ପାଚଇ ଜାମୁ,
ଚାଷୀ ସୁଖ ପାଏ ଫେରିଲେ କାମୁ ।

ଆଷାଢ଼ ଶ୍ରାବଣେ କରୁ ବରଷା,
ତୋ’ଠାରେ ଲୋକଙ୍କ କେତେ ଭରସା ।

ଲୋକପ୍ରିୟ ଲେଖା

To Top