ପତଙ୍ଗଟିଏ ମୁଁ ନାମ ମୋ ମଶା,
ନାଳ ନର୍ଦ୍ଦମାରେ ମୋହର ବସା ।
ଲମ୍ୱା ଲମ୍ୱା ଗୋଡ଼ ଆଠ କି ଦଶ,
ଡେଣା ଦୁଇଟିରେ ଲଙ୍ଘେ ଆକାଶ ।
ଅନ୍ଧାରୁଆ ସ୍ଥାନେ ଜନମ ମୋର,
ଦିନ ରାତି ସଦା ଖୋଜେ ଆହାର ।
ଗୁଣୁଗୁଣୁ ଶବ୍ଦ କରି କି ଉଡ଼େ,
ରକ୍ତ ଶୋଷି ଦେହେ ଜୀବାଣୁ ଛାଡ଼େ ।
ମ୍ୟାଲେରିଆ, ଡେଙ୍ଗୁ କି ବାତଜ୍ୱର,
ନର ମୋର ନାମରେ ହୁଏ ଆତୁର ।
ଭଲରେ ନ କଲେ ଔଷଧ ପାନ,
କରାଇ ଥାଏ ମୁଁ ଯମ ଦର୍ଶନ ।
ଜ୍ଞାନ ବିଜ୍ଞାନେ ଏ ନର ସଫଳ,
ମୋର ନିୟନ୍ତ୍ରଣେ ସଦା ବିଫଳ ।
କେଉଁ କାଳୁ ମୁହିଁ ବଡ଼ ଆତଙ୍କି,
କାହାକୁ ଛାଡ଼େ ନା ଦୁଃଖୀ କି ରଙ୍କି !
