ତମେ ବସାଇବ କାରଖାନା ବୋଲି ଆମେ ହେଉ ବାସହରା ଆମ ଗାଁ ମାଟି ତା' ପାଣି ପବନ ଶସ୍ୟ ଶ୍ୟାମଳା ଧରା ।
ଆଉ କେତେଦିନ ? ଜାତି, ବର୍ଣ୍ଣ, ସମ୍ପ୍ରଦାୟ ଅବା ଦେଶୀ ବିଦେଶୀର ରଙ୍ଗରେ ରଞ୍ଜିତ କରି ବନ୍ଧାଯାଉଥିବ ତୁମ ବଡ଼ଦେଉଳର ଶିଖରରେ ଧର୍ମର ପତିତପାବନ ବାନା ।
ଆଶ୍ରାଘରେ ସଭିଏଁ ଅତିଥି କାହାକୁ ନ ଜଣେଇ ଫେରାର୍ ହେବା ଏକାନ୍ତ ବିସ୍ମୟ, ପରିତ୍ୟକ୍ତ ଚଟିଘର ଭଳି
ଏବେ ତୋ ଚୁଲ୍ବୁଲ୍ ଛାତି ଉପରେ ତତଲା ଇଟାଭାଟିର କୋକେଇ ତୋ' ଧବଳ ସତୀତ୍ୱକୁ ଲୁଟି ଚାଲିଛନ୍ତି ମାଳ ମାଳ ଟ୍ରକ୍ ।
ବନ୍ୟା, ମରୁଡ଼ି, ବତାଶ ହୋଇଲେ ବଞ୍ଚେ ଚାଷୀ ଘାତ ପ୍ରତିଘାତେ ମେ' ମାସେ ତାଙ୍କ ଫଳିଲେ ଫସଲ ହିସାବ କାହିଁକି ତମ ହାତେ ?
ସତ କହିଲ ତମ ଭଲପାଇବା କଣ ଖାଲି ଅଭିନୟ ଥିଲା ?
ଗାଁମୁଣ୍ଡ କଳ ଚେମେଣି ପରି ଭସ୍ ଭସ୍ ବାହାରୁଛି ଧୂଆଁ ବୋଧହୁଏ ଶୀତ ଆସିଛି ।
ଆତ୍ମା ଯେ ଅମର ବିନଶ୍ୟ ଶରୀର ଶରୀର କୁ ମାର ତୁମେ ଚାହଁ ଯେତେ ବାର ଆତ୍ମା କୁ କେ ମାରି ପାରେନା ମା ତୁମେ କି ଜାଣନା ?
ଯୋଉଠି ଜୀବନ ବଂଚିବାକୁ ଦିଏନି କି ମୃତ୍ୟୁ ଆଶ୍ଳେଷି ନିଏନି? ତାରି ଭିତରେ ଭାଙ୍ଗିହେବାଟା ହିଁ ଦୁର୍ଭାଗ୍ୟ!
କେତେ ମୁଁ ଖୋଜିଲି ପାଉ ନଥିଲି କେଉଁଠି କେମିତି ତୁମେ ହଜିଗଲ ?
ଆପଣଙ୍କ ମତାମତ