ମା ତୁମେ କି ଜାଣ ନା
ଗରଭ ଗୃହର ଅସହ୍ୟ ବେଦନା
ମା ତୁମେ କି ଜାଣ ନା ?
ଆତ୍ମା ଟିଏ ପରା ଜନମ ନ ନେଲେ
ଗରଭ ରେ ମଲେ
ଆସେ ଆଉ ଥରେ ଗର୍ଭ ବନ୍ଧନରେ
ତାକୁ ମୁକୁଳିବା ମନା
ମା ତୁମେ କି ଜାଣ ନା ?
ଆତ୍ମା ଯେ ଅମର
ବିନଶ୍ୟ ଶରୀର
ଶରୀର କୁ ମାର
ତୁମେ ଚାହଁ ଯେତେ ବାର
ଆତ୍ମା କୁ କେ ମାରି ପାରେନା
ମା ତୁମେ କି ଜାଣନା ?
କନ୍ୟା ସାଜି ଥରେ
ଥିଲି ତୋ ଅନ୍ତରେ
ନ ବୁଝି ମାରିଲୁ, ତୁ କି ନ କଲୁ
ତୋ ସାଥେ ବନ୍ଧନ
ତା ହିସାବ ସରେନା
ମା ତୁମେ କି ଜାଣନା ?