କବିତା

ଚକ୍ରବ୍ୟୁହରେ ପ୍ରେମିକା

Prasanta Kumar Behera's odia poem Chakrabyuhare Premikaa

ସତ କହିଲ
ତମ ଭଲପାଇବା
କଣ ଖାଲି ଅଭିନୟ ଥିଲା ?

ଚକ୍ରବ୍ୟୁହରେ ପ୍ରେମିକା

-: ପୂର୍ବରୁ :-

ସବୁ ନିଷ୍ପତି କଣ
କେବଳ ତମେ ନେବ ?
ରାଗିବା, ରଗେଇବା,
କାନ୍ଦିବା ଆଉ କନ୍ଦେଇବା,
ମନଇଛା କଥା ବନ୍ଦକରିବା
ପୁଣି କଥା ହେବା,
ଘୃଣା କରିବା,
ଓଲଟା ଧାଇଁବା,
ମନକୁ ଖୁବ୍ ଆଘାତ ଦେଇ
କ୍ଷତାକ୍ତ କରିବା,
ଏସବୁ ବାଦ୍ କହିଲ ଦେଖି !!
ମୋ ହାତରେ ଆଉ କଣ ରହିଲା ?

ସତ କହିଲ
ତମ ଭଲପାଇବା
କଣ ଖାଲି ଅଭିନୟ ଥିଲା ?
ମନ ଦେବାରେ ବି
କପଟତା ଥିଲା ?
ସେଥିରେ ସ୍ୱାର୍ଥ ଜଡିତ ଥିଲା
ନା କିଛି ଆଶାରେ
ବାନ୍ଧି ହୋଇଥିଲା ?

ତମେ କଣ ହରାଇଲ ଜାଣିନି
ମୁ୍ଁ କିନ୍ତୁ ମୋ ଦମ୍ଭ
ଆଉ ବିଶ୍ୱାସକୁ ହରାଇଛି ।
ସତରେ ମୁଁ ଛିଟିକି ପଡିଛି
କାଇଁ କେଉଁ ଅତଳ ଅନ୍ଧାରକୁ ।
କହି ପରୁନି କିମ୍ବା
କିଛି ବୁଝି ପାରୁନି,
ଏତେ ରାଗ ପୁଣି ଏତେ ଅନୁରାଗ,
ଏତେ ଜିଦ୍ ପୁଣି ଏତେ ସଂନ୍ଦେହ,
କଷ୍ଟ ବେଶି କିଏ ପାଉଛି
ଆଉ କିଏ ଦେଉଛି ?
ମୋ ରାଣ ସତ କହିବ !!!
କିଏ ବେଶି କ୍ଷତି ସହୁଛି ?

ତାପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top