କବିତା

ବିଦୀର୍ଣ୍ଣ ହୃଦୟ

Bibhuprasad Parida's odia poem Bidirnna Hrudaya

ସାସୁ ଶ୍ଵଶୁର ପରିବାର, ସ୍ଵାମୀ ଜୀବନ କର୍ମଧାର
ଚାହୁଁ ନଥିଲେ କନ୍ୟା ସନ୍ତାନ ନ ହେଉ ଜନ୍ମ ତୋର ।।

ବିଦୀର୍ଣ୍ଣ ହୃଦୟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କରିଛି ମୁଁ ଦୋଷ
ଅକ୍ଷମଣୀୟ ଅପରାଧ ମୋର
ହତ୍ୟା ମୁଁ କରିଛି ଏକ ସଙ୍ଗେ, ଅଜନ୍ମା ଶିଶୁ, ମୋ ହୃଦୟର ।।

ସାସୁ ଶ୍ଵଶୁର ପରିବାର, ସ୍ଵାମୀ ଜୀବନ କର୍ମଧାର
ଚାହୁଁ ନଥିଲେ କନ୍ୟା ସନ୍ତାନ ନ ହେଉ ଜନ୍ମ ତୋର ।।

ଅନେକ ଯତନା, ଅକଥନୀୟ ଯେତେ ଅତ୍ୟାଚାର
ଦେଖି କି ପାରିବ ତୋର ହତାଦର
ସରେନୀ ବେଦନା ଶୁଖିନି, ଲୋତକ
ପାଷାଣ ସାଜିଛି ଆଜି ଈଶ୍ୱର
ଅମୁଲ ସନ୍ତାନ କରିଛି ବଧ ସତେ ଅବା ଥିଲି ମୁଁ ଲାଚାର ।।

ବିଦିର୍ଣ ହୃଦୟ ଅସହ୍ୟ ଆଜି ପାପ ଭାର
ମଥା ପାତି ସହିଜିବି ଶାସ୍ତି, ଯାହା ବିଚାରିବେ ଈଶ୍ୱର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top