ହେ ସ୍ରଷ୍ଟା ,
ସୃଷ୍ଟି ତୁମ ବନ୍ଧା ନିଯମରେ
ନୂଆ ପୁରୁଣା ଭଙ୍ଗା ଗଢା
ସ୍ଥୂଳ ସୂକ୍ଷ୍ମ ଛନ୍ଦା ବନ୍ଧନରେ ।।
ତୁମ ଇଚ୍ଛାରେ ଆତ ଜାତ
ଗଗନ ପବନ ଜୀବ ଜଗତ
ଋତୁ ଚକ୍ର, ଜୀବନ ଚକ୍ର
ଗତି ସ୍ଥିତି ବିଳୟର ଚିତ୍ର ।।
ହେ ସ୍ରଷ୍ଟା
ପବିତ୍ର ତୁମ ସୃଷ୍ଟିରେ
ଏକି ଅବିଚାର ଖେଳ
ଜନମ ପୂର୍ବରୁ ଆସିଛି ମୋ ପାଇଁ
ଏଠି ମରଣର ବେଳ
ତୁମ ଇଚ୍ଛା ନଥିଲେ
ବହେନୀ ପବନ, ହଲେନି ପତ୍ର ଟିଏ
କନ୍ୟା ଭ୍ରୁଣ ମୁଁ, ମୋର ହତ୍ୟା ରେ
ପ୍ରଭୁ କଣ ତୁମ ସମ୍ମତି ଥାଏ ।।