ମା ର ମମତା ଆଜି ପଡିଛି ବନ୍ଧା
ତା ପାଇଁ ଜୀବନ ଅଧା, ତା ପାଇଁ ମରଣ ଅଧା ।।
ସମାଜ ଇଙ୍ଗିତ କର ଭ୍ରୁଣର ହତ୍ୟା
କିପରି କରିବ, ସିଏ ତା ମାତା
କନିଆ ସାଜିଛି ଆଜି ହାଟ ସଉଦା ।।
ସଂସାର ଚାହେନି ଝିଅ
କହେ ମାଟି ହାଣ୍ଡି, ଘିଅ
କଥା କଥାରେ ଲାଗେ ମା କୁ ବାଧା ।।
ମା ଚାହେନି, ମାରିବାକୁ ଝିଅକୁ ତାର
ପୁରୁଷ ପ୍ରାଧାନ୍ୟ ଏଠି ସ୍ତ୍ରୀ ଲାଚାର
ହତ୍ୟା ପାଇଁ ମା ନାମେ ପଡିଛି ନିନ୍ଦା ।।