କବିତା

ଏତିକି ମୋର ଆଶା

Etiki Mora Aashaa an odia poem by Bibhuprasad Parida

ମା ତୋ ହୃଦ ଆଦରରେ ଭରା
ମୁଁ ଅଲୋଡା କଣ୍ଢେଇ ଟିଏ
ସେ ଆଦର ଯତ୍ନ ପାଇବା ପାଇଁକି
କଣ ମୁଁ ଦାବିଦାର ନୁହେଁ ?

ଏତିକି ମୋର ଆଶା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମା ତୋ ଦେଶେ ଅସୀମ ଆଲୋକ
ଅନ୍ଧାରେ ଏଠି ମୁଁ ଏକା
ଯନ୍ତ୍ରଣା ର ଜତୁ ଗୃହ ଏଜେ
ଏଠି ଜୀବନର ନାହିଁ ଦେଖା ।।

ମା ତୋ ପାଶେ ଅଶେଷ ଆଶିଷ
ମୁଁ ଅଭିଶପ୍ତ କଳିଟିଏ
ଜୀବନ ତ ଦୂରେ ମା
ମୁଁ ଜନ୍ମ ପାଇଁ ଝୁରୁ ଥାଏ ।।

ମା ତୋ ହୃଦ ଆଦରରେ ଭରା
ମୁଁ ଅଲୋଡା କଣ୍ଢେଇ ଟିଏ
ସେ ଆଦର ଯତ୍ନ ପାଇବା ପାଇଁକି
କଣ ମୁଁ ଦାବିଦାର ନୁହେଁ ?

ମା ତୋର ଚିତ୍ର, ଈଶ୍ଵର ଚରିତ୍ର
ତୁ ଭୁଇଁ ପରେ ଭଗବାନ
ମୋତେ ହତ୍ୟା କଲେ ମା ତୋ ଚରିତ
ହେବ ନି କି ମଳିନ ?

ମା ତୋ ପାଇଁ କନ୍ୟା ଭ୍ରୁଣ ମୁଁ ଯେ
ତୁ ମୋ ସାହା ଭରଷା
ତୋ କୋଳେ ଜନ୍ମ ନେବି ମା
ଏତିକି ମୋର ଆଶା

ଏତିକି ମୋର ଆଶା।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top