ହେ ପ୍ରଭୁ,
କାହିଁକି ଗଢିଲ ନାରୀଟିଏ ?
ଭରିଲ ହୃଦୟେ ମମତା ଅଧରେ ଅମୃତ
କପାଳେ ଲେଖିଲ ଯାତନା ଗାର ।।
ହେ ରୂପକାର,
ନାନା ରୂପଦେଇ, ସର୍ବସଂହା କଲ
ମାତା ଭଗିନୀ ଜାୟା
କି ପାଇଁ ପାୟେ ସେ ନୀତି ଅତ୍ୟାଚାର
ହେ ଇଶ୍ଵର
କାହିଁ ଦେଲ ହାତର ପରଶେ
ଆରୋଗ୍ୟର ମହୋଷଧି, ବକ୍ଷେ ଆହାର
ତଥାପି ସେ ଭୋଗ୍ୟା ବସ୍ତୁ ପିତୁଳା ମାଂସର ।।
ହେ ସୃଷ୍ଟି କର୍ତ୍ତା,
ଜୀବନ ତା ଦୁର୍ବି ସହ, ଏନ୍ତୁଡି ଶାଳରୁ ଯୂଇ ଯାଏ
ସମାଜ ବୁଝେନି ମୂଲ
ହତ୍ୟା ହୁଏ କନ୍ୟା ଭ୍ରୁଣ, ତୁମେ କି ଲାଚାର
