କବିତା

ମା ତୁ କାନ୍ଦିଲେ ଦୁନିଆ ଦେଖିବ

Bibhuprasad Parida's odia poem Maa Tu Kaandile Dunia Dekhiba

ମା ତୋ ହାତେ ଜୀବନ ମୋହର
ମୋ ହାତେ କରମ ଫଳ
ଜୀବନ ରହିଲେ ମା ତୁ ଅଭୟା
ମରଣେ ମୋ ଭାଗ୍ୟ ବଳ ।।

ମା ତୁ କାନ୍ଦିଲେ ଦୁନିଆ ଦେଖିବ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମା ତୁ କାନ୍ଦିଲେ ଦୁନିଆ ଦେଖିବ
ମୋ କାନ୍ଦ ଦେଖେ କିଏ
ତୋ ଦେହ ରକତ ତୋ ଅନ୍ତରେ ମା
ମୋ ଲୁହ ହେଇ ବହି ଯାଏ ।।

ତୋର ପ୍ରତିବାଦ ଦୁନିଆ ଦେଖିବ
ମୁଁ ପ୍ରତିରୋଧ ହୀନା
ମୋତେ ମାରିବାକୁ ରାଜି ତୁ ଥିଲେ
ମୁଁ କେମିତି କରିବି ମନା ।।

ମା ତୋ ହାତେ ଜୀବନ ମୋହର
ମୋ ହାତେ କରମ ଫଳ
ଜୀବନ ରହିଲେ ମା ତୁ ଅଭୟା
ମରଣେ ମୋ ଭାଗ୍ୟ ବଳ ।।

ତୋହର ଅଶିଶେ ଶକତି ଅଶେଷ
ମୋ ଭକତି ଧୁଳି ତୁଲ
ତୋ ରୁଣ ସୁଝିବି ତତେ ମୁଁ ପୂଜିବି
ଦେଇ ମୋ ଜୀବନ ମୂଲ ।।

ମା ତୁ ଚାହିଲେ ଜନମ ମୁଁ ନେବି
ତୋ କନ୍ୟା ସନ୍ତାନ ହୋଇ
ମୋର ଜନମରେ ତୋ ମଥା କଳଙ୍କ
ମୋ ଲୁହରେ ଜୀବ ଧୋଇ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top