ଶ୍ରୀମତୀ ପ୍ରଶନ୍ନ କୁମାରୀ ଦେବୀ

ଶ୍ରୀମତୀ ପ୍ରଶନ୍ନ କୁମାରୀ ଦେବୀ

ତା୦୬/୧୨/୧୯୩୦ରିଖରେ ଏକ କରଣ ପରିବାରରେ ଜନ୍ମ । ୧୯୪୫ରେ ବିବାହ । ଲେଖିକାଙ୍କ ପିତା ବନମାଳୀ ପଟ୍ଟନାୟକ (ସୁରଙ୍ଗୀ ଷ୍ଟେଟ୍ ମ୍ୟାନେଜର) ଶ୍ୱଶୁର ରାମଚନ୍ଦ୍ର ପଟ୍ଟନାୟକ (ସାନଖେମୁଣ୍ଡି ଦେବାନ) । ଦୁଇ ପରିବାର ରକ୍ଷଣଶୀଳ ପରିବାର । ବିବାହର ସାତବର୍ଷ ପରେ ସାମାଜିକ ଶିକ୍ଷା ସଂପ୍ରସାରଣ ଅଧିକାରୀ ଭାବେ ଚାକିରୀରେ ନିଯୁକ୍ତି ହୋଇ ତା୩୦/୧୨/୧୯୮୮ରେ ଚାକିରୀରୁ ଅବସର । ସ୍ୱୀୟ ସାଧନାବଳରେ ବିଦ୍ୟା ହାସଲ ଓ କାବ୍ୟ, କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ଲିଖନ । ଓଡ଼ିଶା ତଥା ବାହାରର ପତ୍ରପତ୍ରିକାରେ ଲେଖିକାଙ୍କ କୃତିମାନ ପ୍ରକାଶିତ । ଓଡ଼ିଶାର ବିଭିନ୍ନ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଆଜୀବନ ସଭ୍ୟା ଭାବେ । ଆଧ୍ୟାତ୍ମିକ, ସମାଜ ସୁଧାରକ ଲେଖା ଲେଖିକାଙ୍କ କଲମରୁ ନିଃସୃତ । ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସମେତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତା , ସଂବର୍ଦ୍ଧିତା, ଆଜୀବନ ଶ୍ରୀକୃଷ୍ଣ ଚରଣାଶ୍ରିତା ।

Posts By ଶ୍ରୀମତୀ ପ୍ରଶନ୍ନ କୁମାରୀ ଦେବୀ

To Top