ଚୋର ଆସିବ ତ
ଚୋରି କରି ନେବ ପ୍ରେମପତ୍ର ,
ବର୍ଷା ଆସିବ ତ
ଭିଜେଇବ ପ୍ରେମପତ୍ର ,
କୀଟ କାଟିବ ତ
କାଟି ଖାଇବ ପ୍ରେମପତ୍ର,
ସାପ ଆସିବ ତ
ଦଂଶନ କରିବ ପ୍ରେମପତ୍ର ।
ଯେବେ ପ୍ରଳୟ ଆସିବ
କିଏ ପୁଳାଏ ସୁନା ବଞ୍ଚେଇବ
କିଏ ମୁଠାଏ ଭାତ
କିଏ ପୁରୀ ବଞ୍ଚେଇବ
ଆଉ କିଏ ଜଗନ୍ନାଥ ।
ମୁଁ ଚିର ଉପେକ୍ଷିତ
ଲାଞ୍ଛିତ ନିମିତ୍ତ ମାତ୍ର
କେମିତି ବଞ୍ଚେଇବି କୁହ
ଏ ଘନ ଘୋର କାଳେ
ତମର ସେ ପ୍ରିୟ ପ୍ରେମପତ୍ର ।