କବିତା

ଚାଲ ଯିବା ଆମେ ଆକାଶ ଛୁଇଁ

Bibhuprasad Parida's odia children poem Chaal Jiba Aame Aakaash Chhuin

ଆକାଶ ମିଶିଛି ମାଟିରେ ଯାଇଁ
କେତେ ଦୂର ମା କହ ସେ ଭୂଇଁ

ଚାଲ ଯିବା ଆମେ ଆକାଶ ଛୁଇଁ

ସକାଳେ ଯେବେ ସୁରୁଜ ଆସେ
ଜହ୍ନ ମାମୁଁ ଯାଇ କୁଆଡ଼େ ଲୁଚେ

ମିଟି ମିଟି ତାରା କେତେ ଯେ ଥିଲେ
ଦିନ ନ ହେଉଣୁ କୁଆଡେ ଗଲେ ?

ଆକାଶ କାହିଁ ମା ନୀଳ ଦିଶେ
ସୁରୁଜ କାହିଁ ସଦା ପୁରୁବେ ଆସେ

କୁଆଡେ ଯାଏ ସେ ସୁରୁଜ ନନା
ନୀତି ସଞ୍ଜରେ ମାଆ କହନା

ନଦୀରେ କିଏ ଢାଳୁଛି ପାଣି
କେତେ ଯେ ବହୁଛି , ଜମା ସରୁନି

ପାହାଡ଼ରେ କିଏ ପୋତିଛି ଗଛ
କାହାର ସେଥିକୁ ପାଇଛି ହାତ ?

ଆକାଶ ମିଶିଛି ମାଟିରେ ଯାଇଁ
କେତେ ଦୂର ମା କହ ସେ ଭୂଇଁ

ଚାଲ ଯିବା ଆମେ ଆକାଶ ଛୁଇଁ
ଚାଲ ଯିବା ଆମେ ଆକାଶ ଛୁଇଁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top