ଗୋଟେ ହାତୀ ଏବଂ ଗୋଟେ କୁକୁର ଏକ ସମୟରେ ଗର୍ଭବତୀ ହେଲେ । ପାଖା ପାଖି ଦୁଇ ମାସ ପରେ, କୁକୁର ଛଅଟି ପିଲା ଜନ୍ମ କଲା । ଛଅ ମାସ ପରେ, ମା କୁକୁର ପୁଣି ଗର୍ଭବତୀ ହେଲା ଏବଂ ଆଠ ମାସ ପରେ, ସେ ଆଉ ୫ଟି କୁକୁର ଜନ୍ମ କଲା । ଏହି ରୂପରେ ଏହି ଘଟଣା କିଛି ସମୟ ଚାଲିଲା ।
ଅଠର ମାସ ପରେ, କୁକୁର ହାତୀ ପାଖକୁ ଗଲା ଏବଂ ପଚାରିଲା, “ଆରେ ତୁ ନିଶ୍ଚିତ ତ ଯେ ତୁ ଗର୍ଭବତୀ ବୋଲି ? ଆମେ ଏକେ ସମୟରେ ଗର୍ଭବତୀ ହେଲୁ । ମୁଁ ତିନି ତିନିଥର ପିଲା ଜନ୍ମ କରିସାରିଛି, ଆଉ ଏବେ ମୋ ପିଲା ମାନେ ବି ଆଉ କିଛି ଦିନ ଭିତରେ ମା’ ହେବେ ହେଲେ ତୁ ଏ ଯାଏଁ ଅନେଇ ବସିଛୁ । କଥା କ’ଣ ? କ’ଣ ସବୁ ଏ ହେଉଛି ?”
ହାତୀ ଶାନ୍ତ ଭାବେ ଉତ୍ତର ଦେଲା, “ତୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ବୁଝିବା ଦରକାର । ମୁଁ ଯାହା ଧାରଣ କରିଛି, ସେ କୁକୁର ପିଲା ନୁହେଁ, ଗୋଟେ ହାତୀ । ମୁଁ ପ୍ରତି ଦୁଇ ବର୍ଷରେ ଥରେ ପିଲା ଜନ୍ମ କରେ, ଏବଂ ଥରକେ ଗୋଟେ ପିଲା ହିଁ ଜନ୍ମ କରେ (ହାତୀ ଥରକେ ଦୁଇ ପିଲା ଜନ୍ମ କରିବା କଥା ବହୁତ ବିରଳ), କିନ୍ତୁ ଯେତେବେଳେ ମୋର ପିଲା ଏ ଧରା ପୃଷ୍ଟ କୁ ଆସେ/ଛୁଏଁ , ଧରାପୃଷ୍ଟ କମ୍ପନ ଅନୁଭବ କରେ । ଯେତେବେଳେ ସେ ରାସ୍ତାରେ ଚଲାବୁଲା କରିବ ଲୋକମାନେ ଅଦ୍ଭୁତ ଭାବେ ଦେଖିବେ । ମୁଁ ଯାହା ଧାରଣ କରିଛି, ସେଇଟି ଶକ୍ତିଶାଳୀ ଏବଂ ମହାନ । ”
ହାତୀ ପୁଣି କହିଲା, “ଧୈର୍ଯ୍ୟ ହରାଇବା ଦରକାର ନାହିଁ । ଯେତେବେଳେ ତୁମେ ଦେଖୁଛ ଯେ ଅନ୍ୟ ମାନେ ଖୁବ ଶୀଘ୍ର ପୁରସ୍କୃତ ହେଉଛନ୍ତି ତାଙ୍କ ଫଳ ସହଜରେ ପାଇଯାଉଛନ୍ତି ଏବଂ ତୁମେ ଏ ପର୍ଯ୍ୟନ୍ତ ଫଳ ପାଇ ନାହଁ ଈର୍ଷା କରିବା ଦରକାର ନାହିଁ । ନିରାଶ କରିବାର ନାହିଁ । ବଦଳରେ, ନିଜକୁ ମନେ ପକାଅ, ‘ମୋର ସମୟ ଆସୁଛି ଏବଂ ଯେତେବେଳେ ଆସିବ, ଲୋକମାନେ ଆଶ୍ଚର୍ଯ୍ୟ ହେବେ । ”
ଭଗବାନଙ୍କର ସମୟ ସଠିକ୍ । ସବୁ କିଛି ତାଙ୍କର ନିର୍ଦ୍ଧାରିତ ସମୟରେ ହୁଏ — ନା କେବେ ଆଗରୁ, ନା କେବେ ପଛରୁ, କିନ୍ତୁ ସଠିକ୍ ସମୟରେ ।
ସମୟର ପୂର୍ବରୁ ଓ ଦୈବାଧୀନତା ଠାରୁ ଅଧିକ କେବେ ବି ମିଳେନା ।