କବିତା

ସୁନ୍ଦରୀ ଶୁଭସ୍ମିତା

Pravat Kumar Muduli's odia poem Sundari Shubhasmita

ଆଉ କିଛି ନ କହି ମୋ ପକେଟ୍ ରୁ କଲମ କାଢ଼ି ଆଉ ନମ୍ବର୍ ଲେଖି ତା ଗୋଡ଼ ତଳକୁ ଫିଙ୍ଗି ଚାଲି ଆସିଲି
ଆଉ ପଛକୁ ଅନେଇବାକୁ କଣ ସାହସ ଥିଲା ଯେ ଦେଖିବି
ଖାଲି ଦୁଃସାହସ ରେ ସିନା ଏତେ ଆଗକୁ ବଢ଼ି ଯାଇଥିଲି
ନାଇଲୋ ନାଇଁ ଆଉ ସିଏ ଉତ୍ତର ଦେଲେ ଯାଇଁ ଆଗକୁ ବଢ଼ିବି ବୋଲି ମନକୁ ବୁଝେଇ ଦେଇଛି ।

କେତେ କେତକି ତୋ ଭୋର୍ ଗଭାରେ ଖୁନ୍ଦି ହେଇ ରହିଛନ୍ତି
ମୋ ଆଖିକୁ ସେ ଲାଇନ ମାରି ବେହୋସ୍ କରିଦେଉଛନ୍ତି
ତୋ ଗଭାର ପିନ୍ ସବୁ ଓଲଟେଇ ତୋ ଚୁଟିକି ସଜାଡ଼ିଛନ୍ତି
ହେଲେ ଆରପଟଟି ମୋ ଆଡେ ତୀକ୍ଷ୍ମ ନଜରରେ ଆଖି ଦେଖେଇଛନ୍ତି
ହେଲେ ମୁଁ କୋଉ ଛାଡ଼ିବା ପିଲା ଯେ ଖାତିର କରିବି
ମୋ ଡାହାଣ ହାତରେ ବଦମାସୀ କରି ପିନ୍ ଗୋଟେ କାଢ଼ି ଦେଇଛି
ସାଙ୍ଗେ ସାଙ୍ଗେ ସେ ମୁହଁକୁ ବୁଲେଇ ରାଗ ତମତମ ଚେହେରାରେ କଣ ଗୁଡେ ବକି ଯାଉଛି
ଆଉ ମୁଁ ତା ମୁଁହ ଦେଖି ଗୋଟେ ନିର୍ବୋଧ ପରି ଚାହିଁ ରହିଛି
ହଉ କହୁଛି ତ କହୁ କିଏ ଶୁଣୁଛି ମୁଁ ତ ମୋ ନିଶାରେ ଅଛି
ସବୁ କହି ସାରିଲା ପରେ ମୋ ମୁହଁକୁ ଅନେଇ କଣ କେଜାଣି ଦେଖୁଛି
ବୋଧେ ଅଲାଜୁକ ଭାବି ମନେ ମନେ ଖୁସି ହଉଛି
ମୁଁ ଜାଣିଛି ସେ ଯାହା ଭାବୁ କିଏ ପଚାରୁଛି ମୁଁ ତ ଖାଲି ତାକୁ ଦେଖୁଛି
ସେ କବି ଜୟନ୍ତ ଦାସଙ୍କ ବହି ଭୋର୍ ମୋତିର କାନଫୁଲ ପରି ମୋତେ ଦିଶୁଛି
ମୁଁହ କଥା କଣ କହି ହେବ ମୁଁ ତ ତା ମୁଁହ ଦେଖି ପାରୁଥିଲେ ସିନା କୁହନ୍ତି
ସେତ ଦୁର୍ଗା ପୂଜା ଦଶମୀର ମା ଦୁର୍ଗା ପରି ଦେଖା ଯାଉଛି
ଆଉ ମୁଁ ମହିଷାସୁର ନୁହେଁ ମ ଗୋଟେ ଅଭିଳାଷୀ ପ୍ରିୟତମ ହେଇ ଦେଖୁଛି ।

ଆଉ କିଛି ନ କହି ମୋ ପକେଟ୍ ରୁ କଲମ କାଢ଼ି ଆଉ ନମ୍ବର୍ ଲେଖି ତା ଗୋଡ଼ ତଳକୁ ଫିଙ୍ଗି ଚାଲି ଆସିଲି
ଆଉ ପଛକୁ ଅନେଇବାକୁ କଣ ସାହସ ଥିଲା ଯେ ଦେଖିବି
ଖାଲି ଦୁଃସାହସ ରେ ସିନା ଏତେ ଆଗକୁ ବଢ଼ି ଯାଇଥିଲି
ନାଇଲୋ ନାଇଁ ଆଉ ସିଏ ଉତ୍ତର ଦେଲେ ଯାଇଁ ଆଗକୁ ବଢ଼ିବି ବୋଲି ମନକୁ ବୁଝେଇ ଦେଇଛି ।

ଅପେକ୍ଷା କରିଛି ତମ ଉତ୍ତରକୁ ଆଉ ନିଶ୍ଚିତ ଯେ ମୋ ମୋବାଇଲ ରିଙ୍ଗ ହବ ଆଉ ତମେ ହେଲୋ କହିବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top