କବିତା

ଆସିଚି ହୋଲି

Madhabananda Panda's Odia Poem for Children AASICHI HOLI

ବିମାନରେ ବିରାଜିତ ମୁରଲୀପାଣି
ପାଶରେ ଶୋଭନ୍ତି ପରା ରାଧିକାରାଣୀ
ସତେ ବା ରତ ରଣେ ଦେବ ମାନବ ଗଣେ ରଙ୍ଗ
ପିଚକାରୀ ତୋପ ହାତରେ ଧରି ।

ଆସିଚି ହୋଲି

ଆଜି ଆସିଚିରେ ଭାଇ ଆସିଚି ହୋଲି
ସଭିଁଙ୍କ ହୃଦେ ଦେଇଚି ହରଷ ଭରି
ରଙ୍ଗ ହୋଇ ବୋଳାବୋଳି
ହୋଇବା କୋଳାକୋଳି
ରାଗ, ହିଂସା, ଦ୍ୱେଷ ସବୁ ଦେବା ପାଶୋରି ।

ଦୋଳ ତ ଅଟଇ ପରା ପ୍ରେମ ପରବ
ଆନନ୍ଦରେ ଉଦ୍‌ବେଳିତ ହୃଦ ସରବ
ବଜାରେ ବଜା ବାଜା ଲାଗେ କେମିତି ମଜା
ଦିଶନ୍ତି ସରବେ କେହ୍ନେ ଅସୁର ପରି ।

ବିମାନରେ ବିରାଜିତ ମୁରଲୀପାଣି
ପାଶରେ ଶୋଭନ୍ତି ପରା ରାଧିକାରାଣୀ
ସତେ ବା ରତ ରଣେ ଦେବ ମାନବ ଗଣେ ରଙ୍ଗ
ପିଚକାରୀ ତୋପ ହାତରେ ଧରି ।

ଦେଖରେ ପଳାଶ କେହ୍ନେ ଦିଶଇ ନାଲି
ବସନ୍ତ ଦେଇଚି ଅବା ଅବିର ବୋଳି
ନାଚୁଚି ଥିରିଥିରି, ହସୁଚି କିରିକିରି
ସିରିସିରି ବହି ବାଆ ମାରେ ସୁସୁରି ।

ସନ୍ତ୍ରାସବାଦୀଙ୍କୁ ଆସ କରିବା ଅଳି
ନ ପକାନ୍ତୁ ମାନବର ମସ୍ତକ ବଳି
ନିଅରେ ପିଚକାରୀ ଖେଳିବ ଯଦି ହୋରି
ବନ୍ଧୁକରେ ଦିଅ ନାଲି ଅବିର ଭରି
ଇଏ ବି ଦିଶିବ ନାଲି ରକତ ପରି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top