ବର୍ଷା ଆସେ ଆରଣ୍ୟକ କ୍ଷୁଧା ନେଇ ମିଠା ମିଠା ଆଦିମ ତୃଷ୍ଣାରେ ଆନମନା ହୁଏ, ସ୍ମୃତି ଆଉ ଶୂନ୍ୟତାରେ ମୋତେ ଖୋଜି ହୁଏ ରାତ୍ରିର ବୟସ ବଢ଼େ ପ୍ରିୟା ମୋତେ...
ରାସ୍ତାର ଦେହ ଧୋଇ ଗାଧୋଇ ଦେଇ ସହରଟାକୁ ମେଘ ଫେରିଯାଏ ନୀଳ ଆକାଶକୁ !
ଆଉ ନୂଆ ନୂଆ ରଚନା ମିଛ ମିଛ ବାଲିଘର ହୋଇଛି ସତ ଘରକରଣା ତା'ର ପୃଥିବୀର ମାନଚିତ୍ର
ଭାବର ଗୁରୁଗମ୍ଭୀର ଉଚ୍ଚାଟନ ସୀମା ସହ ସମ୍ମୋହନ ପ୍ରାଣ ସହ ପ୍ରତୀମାର ଶବ୍ଦ ସହ ସଂଳାପର
ଗୁଳି ଚଡ଼କରେ ଚହଲି ଯାଉଚି ଶୋଷଣର ପୂର୍ଣ୍ଣ କୁମ୍ଭ କାତିରି ଉଠୁଚି ଧଳାଧୋତି ଥର ଥର ବରଡ଼ାପତ୍ର ପଞ୍ଜାବୀର ଦାଢ଼ ।
ସେହି ଘରେ ଶୋଇଲେ ମୁଁ ସ୍ୱପ୍ନ ଦେଖେ ଘରେ କାଠ ନୁହଁ ଝୁଲୁଚି ଜେଜଙ୍କ ଅସ୍ଥିହାଡ଼, ମେରୁଦଣ୍ଡ ଏମିତି ସ୍ୱପ୍ନ କାହିଁକି ଦେଖେ ମୁହିଁ ? ମୋତେ ଲାଗେ ଏଇଠି...
କେବେ ମରୁର ଧୂସର ରୂପ କେବେ ଗ୍ରୀଷ୍ମ ନିଦାଘ ତାପ
ଅନେକ ଉପେକ୍ଷାକୁ ଦେହସୁଆ କରିବାକୁ ହୁଏ ଚଳୁ କରିବାକୁ ପଡ଼େ ଅବହେଳା ଅନାଦର ବିଳମ୍ୱିତ କୁଶଳ ଖବର ଅନାଗ୍ରହ ଆଚରଣ ସତ୍ତ୍ୱେ ମିଳେନା ଉତ୍ତର ।
ପିଲାଦିନେ ସିଏ କୁନି ହାତ ଧରି ଚାଲି ଶିଖାଇଛି ମୋତେ ଟିକି ଓଠେ ପୁଣି ମା ବାପା ଡାକ ବୋଲି ଶିଖାଇଛି କେତେ ।
ଆପଣଙ୍କ ମତାମତ